ଓଡ଼ିଆ ନ୍ୟୁଜ୍: ଦେଶରେ କରୋନା ପଜିଟିଭ ସଂଖ୍ୟା ନିରନ୍ତର ବଢିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫,୭୫୫ ହୋଇଛି। ଗତ ୨୪ ଘଣ୍ଟାରେ ୩୯୧ କୋଭିଡ୍-୧୯ ମାମଲା ରିପୋର୍ଟ କରାଯାଇଛି। ଗତକାଲି ଚିହ୍ନଟ ହୋଇଥିବା ୪୯୮ ପଜିଟିଭ ମାମଲା ତୁଳନାରେ ଶନିବାର ସାମାନ୍ୟ ହ୍ରାସ ପାଇଛି।
ସେହିପରି ଦିନକରେ ୭୬୦ ଜଣ କରୋନା ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ଶୁକ୍ରବାର ସୁସ୍ଥ ସଂଖ୍ୟା ୭୬୪ ଥିଲା।ସେହିପରି ଦିନକରେ କୋଭିଡ୍ ସମ୍ବନ୍ଧୀୟ ସମସ୍ୟା ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ମହାରାଷ୍ଟ୍ରର।