ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଆରା ଢଙ୍ଗରେ ନୂଆ ବର୍ଷ ପାଳନ କଲେ ସିପିଆଇ ନେତା ଓ କର୍ମୀ | ନୂଆ ବର୍ଷ ପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱର, ସବୁଠି ଭୂଜି ଭାତର ଆସର, କିଏ ବଣ ଭୂଜିତ କିଏ ରାଜ୍ୟ ବାହାରକୁ ଯାଉଛନ୍ତି ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ, ନିଜ ପରିବାର ସହିତ ଲକ୍ଷ୍ୟ ଲକ୍ଷ ଟଙ୍କା ସାରି ଖୁସି ମନେଇବାର ବ୍ୟସ୍ତ | କିନ୍ତୁ ଆଜି ଡମଣା ଛକ ବିରଜା ହୋଟେଲ ତାରିଣୀ ମନ୍ଦିର ସାମ୍ନାରେ ଏକ ନିଆରା ପରିବେଶ ଦେଖିବା ପାଇଁ ମିଳିଥିଲା |ହଟାତ ଆମ କ୍ୟାମେରା ଅଟକି ଗଲା ସେଇ ଲୋକ ମାନଙ୍କ ପାଖରେ |
ବହୁତ ଦିବ୍ୟାଙ୍ଗ ବ୍ୟକ୍ତି ନୂଆ ବର୍ଷ ପାଇଁ ବହୁତ ଖୁସି ଥିଲା ପରି ଲାଗୁଥିଲା | ଆମେ ସେଠାକୁ ଯାଇ ଦେଖିଲୁ ସିପିଆଇର କିଛି ନେତା ଓ ସହୃଦୟ ବ୍ୟକ୍ତି ସେଇ ଦିବ୍ୟାଙ୍ଗ ଓ ଭିକ୍ଷା ବୃତ୍ତି କରୁଥିବା ଲୋକ ମାନଙ୍କୁ ଲୁଗା ଓ ଗାମୁଛା ଦେଇ ତାଙ୍କୁ ନୂଆ ବର୍ଷର ସ୍ୱାଗତ ପାଇଁ, ଭୂଜି ଭାତର ଆୟୋଜନ ସହିତ ପାଦ ସେବାରେ ଲାଗିପଡ଼ିଥିଲେ | ଆପଣ ମାନେ ଜାଣିଥିବେ ସାଇଁବାବା ବଂଚିଥିବା ବେଳେ ଲୋକ ତାଙ୍କ ଉପରେ ଠେଙ୍ଗା ପଥର ଫିଙ୍ଗୁ ଥିଲେ, ସାଇବାବା ଯେତେବେଳେ ଦେହ ତ୍ୟାଗ କଲେ ତାଙ୍କ ଉପରେ ସୁନାର ଚାଦର ଫିଙ୍ଗିଲେ, ଗୋଟେ ଶତ୍ରୁ ଯେବେ ମରିଯାଏ ତାହାଲେ ଆମ ଆଖିରୁ ଲୁହ ଭରି ଆସେ | ଏତେ ଗର୍ବ କଣ ପାଇଁ କରିବା ଆମ ସାଧାରଣ ମଣିଷ ପରି, ଦିବ୍ୟାଙ୍ଗ ଲୋକଙ୍କର ବଂଚିବାର ଓ ସ୍ବପ୍ନଦେଖିବାର ଅଧିକାର ଅଛି | ଏହି ସ୍ୱପ୍ନକୁ କିଛି ମାତ୍ରାରେ ପୁରଣ କରିବା ପାଇଁ, ସବୁ ବର୍ଷ ପରି ଏବର୍ଷ ମଧ୍ୟ୍ୟ ଆଗେଇ ଆସିଛନ୍ତି ସିପିଆଇ ନେତା, ଶଙ୍କର ବାରିକ |
ଜୀବନର ନିହାତି ଆବଶ୍ୟକ, ଖାଦ୍ୟ ବସ୍ତ୍ର ବାସଗୃହ |ସରକାରଙ୍କ ତରଫରୁ ମିଳୁଥିବା ଆବାସ ଯୋଜନାରେ ସେମାନେ ଘର ମିଳୁଛି ସତ, କିନ୍ତୁ ତାଙ୍କ ପରିବାର ପ୍ରତିପୋଷଣ ପାଇଁ କଣ ଆଉ କିଛି ଆବଶ୍ୟକତା ନାହିଁ ତାଙ୍କୁ ସରକାର ଭିକ୍ଷା ବୃତ୍ତି କରିବା ପାଇଁ ଏକ ପ୍ରକାରର ବାଧ୍ୟ୍ୟ କରୁଛନ୍ତି. ସେପାଖେ ଭୁବନେଶ୍ୱରରେ ଭିକ୍ଷା ବୃତ୍ତି ପାଇଁ ବାରଣ କରୁଛନ୍ତି | ସେମାନେ ଵି ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରୁଛନ୍ତି |ସେମାନେ କହିବା କଥା ତାଙ୍କ ପାଇଁ ସରକାର ଭେଣ୍ଡିଗ ଜୋନ ଵା ମାର୍କେଟରେ ଦୁକାନ ବ୍ୟବସ୍ଥା କରନ୍ତି |ସେମାନେ ଵି ବ୍ୟବସାୟ କରି ତାଙ୍କ ପରିବାର ପ୍ରତିପୋଷଣ କରିପାରନ୍ତେ |ତାଙ୍କ ପରିବାର ସ୍ୱାଭିମାନ ସହ ବଞ୍ଚି ପାରନ୍ତେ ବୋଲି କହିଛନ୍ତି ସିପିଆଇର ନେତା ଶଙ୍କର ବାରିକ |ଏହି କାର୍ଯ୍ୟକ୍ରମରେ କିଷାନ ବିଶ୍ୱାଳ, ବାଇନ ପାଣି, ଅଭିମନ୍ୟୁ ସାହୁ, ଶିବ ପାତ୍ର, ଚନ୍ଦ୍ରମଣି ମୁଦୁଲି, ରମାକାନ୍ତ ସ୍ୱାଇଁ, ନବ ନାୟକ, ରଂଜିତ ନନ୍ଦ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ |