ହେତୁବାଦୀଙ୍କ ଉପରକୁ ଟେକାପଥର ମାଡ଼ ଘଟଣାକୁ ସିପିଆଇଏମର ନିନ୍ଦା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗତକାଲି ଭୁବନେଶ୍ୱର ର ଲୋହିଆ ଏକାଡେମୀ ସଭାକକ୍ଷ ରେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ର ବୈଜ୍ଞାନିକ କାରଣ ସମ୍ପର୍କ ରେ ବୁଦ୍ଧିଜୀବୀ, ସାମାଜିକ ଓ ବିଜ୍ଞାନ କର୍ମୀ ମାନଙ୍କ ରଏକ ଆଲୋଚନା ସଭା ଚାଲିଥିବା ବେଳେ ଆରଏସଏସ ଓ ବଜରଙ୍ଗ ଦଳ ପ୍ରେରିତ ମାରଣାସ୍ତ୍ର ଧାରି ଅସାମାଜିକ ଗୋଷ୍ଠୀ ମାର ଧର କରି ବ୍ୟାପକ ଭଙ୍ଗା ରୁଜା କରିବା ଘଟଣାକୁ ସିପିଆଇ(ଏମ ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଘୃଣା ର ସହ ନିନ୍ଦା କରାଯାଇଛି l ଲୋହିଆ ଏକାଦମୀ ବିଜ୍ଞାନ ସମ୍ମତ ଚିନ୍ତାଧାରା, ସାମାଜିକ ସମସ୍ୟା, ସାହିତ୍ୟ, ସଂସ୍କୃତି ଓ ପ୍ରଗତିଶୀଳ ଏବଂ ବୌଦ୍ଧିକ ଆଲୋଚନା ର କେନ୍ଦ୍ର ଭାବେ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ l ତର୍କ, ସମାଲୋଚନା, ଭିନ୍ନମତ ଓ ବିଜ୍ଞାନସମ୍ମତ ଆଲୋଚନା କରିବା ଏକ ସାମ୍ବିଧାନିକ ଅଧିକାର l ଲୋହିଆ ଏକାଦମୀ ରେ ଏଭଳି ଆଲୋଚନା ସଭା ବରାବର ହୋଇ ଆସିଛିlଏଥିରେ ଅସହିଷ୍ଣୁତା ପ୍ରକାଶ କରି ଆକ୍ରମଣ କରିବା ଫାସିବାଦୀ ମାନସିକତା ର ପରିଚୟ ଏବଂ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ l

ସେହିପରି ବ୍ରହ୍ମପୁର ରେ ମଧ୍ୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟ ପରାଗ ର ବିଜ୍ଞାନ ସମ୍ମତ କାରଣ ଆଲୋଚନା ପାଇଁ ସମବେତ ହୋଇଥିବା ଗୋଷ୍ଠୀ ଉପରେ ଆକ୍ରମଣ କୁ ଘୋର ନିନ୍ଦା କରୁଛୁ l ଆଶ୍ଚର୍ଯ୍ୟ ର ବିଷୟ ହେଉଛି ଭୁବନେଶ୍ୱର ଲୋହିଆ ଏକାଦମୀ ଉପରେ ଆକ୍ରମଣ ରୋକିବାରେ ପୋଲିସ ର ଅପାରଗତା l ଫଳ ରେ ବ୍ୟାପକ ଭଙ୍ଗାରୁଜା ସମ୍ଭବ ହୋଇଛି l ଏହି ପରିପ୍ରେକ୍ଷୀ ରେ ଭୁବନେଶ୍ୱର ଓ ବ୍ରହ୍ମପୁର, ଉଭୟ ସ୍ଥାନ ରେ ଆକ୍ରମଣ ଓ ଭଙ୍ଗାରୁଜା ରେ ସ୍ରମ୍ପୃକ୍ତ ଅସମାଜିକ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସକାଶେ ଦାବି କରିବା ସଙ୍ଗେ ସଙ୍ଗେ ରାଜ୍ୟବାସୀ ନିନ୍ଦା କରିବାକୁ ଆହ୍ୱାନ କରୁଛୁ l

Leave A Reply

Your email address will not be published.