ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ତଥା ପୂର୍ବତନ କଂଗ୍ରେସ ନେତା ସି ରାଜାଗୋପାଲାଚାରିଙ୍କ ନାତି ସି.ଆର କେଶବନ ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ଭି.କେ ସିଂ, ଅନିଲ ବାଲୁନି ଏବଂ ପ୍ରେମ ଶୁକ୍ଲାଙ୍କ ଉପସ୍ଥିତିରେ କେଶବନ ଏହି ଦଳରେ ଯୋଗ ଦେଇଥିଲେ।
ବିଜେପିରେ ଯୋଗଦେବା ପରେ ସିଆର କେଶବନ୍ କହିଛନ୍ତି, ମୁଁ ୨୦୪୭ ସୁଦ୍ଧା ଭାରତ ବିଶ୍ୱଗୁରୁ ହେବା ଭଳି ଦିଗରେ କାର୍ୟ୍ୟ କରିବି। ମୋର ଅବଦାନ ରାମସେତୁ ତିଆରି କରିବାରେ ଗୁଣ୍ଡୁଚିମୂଷାଦ୍ୱାରା ଦିଆଯାଇଥିବା ପରି ସମାନ ହେବ ।