ଓଡିଆ ନ୍ୟୁଜ୍(ବ୍ୟୁରୋ): ଘର୍ ଦେବାକୁ କହି ୨୦ କୋଟି ଠକି ନେଇଥିବା ଅଭିଯୋଗରେ ରିଅଲ ଇଷ୍ଟେଟ MDଙ୍କୁ ଗିରଫ କଲା କ୍ରାଇବ୍ରାଞ୍ଚ୍ ଅର୍ଥ ନୈତିକ ଅପରାଧ ଶାଖା, EOW। ଓଡିଶା ହୋମ୍ ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ ର MD ଅରବିନ୍ଦ ସନ୍ତ୍ରାଙ୍କୁ ନୟାପଲ୍ଲୀରୁ ଗିରଫ କଲା EOW। ରଞ୍ଜନ କୁମାର ମହାପାତ୍ର ନାମକ ଜଣେ ଗ୍ରାହକ ସଂସ୍ଥାର ଗଣପତି ହୋମସରେ ୩ BHK ପାଇଁ 65 ଲକ୍ଷ ଟଙ୍କା ଦେଇଥିଲେ। ଏନେଇ କମ୍ପାନୀ ସହ ଚୁକ୍ତି ମଧ୍ଯ ହୋଇଥିଲା। SBIରୁ ଲୋନ ପାଇଁ ମଧ୍ଯ ଚୁକ୍ତି ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟ 2018 ସୁଦ୍ଧା ନଦେବାରୁ ରଞ୍ଜନ EOWରେ ମାମଲା ରୁଜ୍ଜୁ କରିଥିଲେ। ୨୦୧୩ରୁ ୨୦୧୬ ମଧ୍ୟରେ କମ୍ପାନୀ ୪୨ ଜଣ ନିବେଶକଙ୍କ ଠାରୁ ୨୦ କୋଟି ଟଙ୍କା ନେଇଥିଲା।
୨୦୧୮ସୁଦ୍ଧା ଘର ଦେବାକୁ ଚୁକ୍ତି ହୋଇଥିଲା, ହେଲେ ଘର ଦେଇ ନଥିଲା।। ରଞ୍ଜନଙ୍କ ଠାରୁ FIR ପାଇବା ପରେ EOW ତଦନ୍ତ କରିଥିଲା। କମ୍ପାନୀର କାର୍ଯ୍ୟାଳୟ ନୟାପଲ୍ଲୀରେ ରହିଛି ଓ ଏହା ROC କଟକରେ ପଞ୍ଜୀକୃତ। ଏହାର MD ଅରବିନ୍ଦ ସନ୍ତ୍ରା ଥିବାବେଳେ ମନୋଜ ପଣ୍ଡା ନିର୍ଦ୍ଦେଶକ ଅଛନ୍ତି। ସେହିଭଳି ସରୋଜ ପଣ୍ଡା ଅତିରିକ୍ତ ନିର୍ଦେଶକ ଅଛନ୍ତି । କମ୍ପାନୀ ୪୨ ନିବେଶକଙ୍କୁ ଘର ଦେଇ ନଥିବା ବେଳେ ୭ ଜଣଙ୍କୁ ଘର ରିସେଲ କରିଛି। ଅନ୍ୟ ୨ ଜଣ ଫେରାର ଅଛନ୍ତି।