କୁଖ୍ୟାତ ନିଶା ନିଶା ବ୍ୟବସାୟୀ ଅନୀଲ ପାଣ୍ଡିର ୨ କୋଟିର ସମ୍ପତି ଜବତ କଲା କ୍ରାଇମବ୍ରାଞ୍ଚ STF, ଆଲିଶାନ ଘରେ କରିଥିଲା ସୁଇମିଂ ପୁଲ୍

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ନିଶା  ମାଫିଆର ୨ କୋଟିର ସମ୍ପତି ଜବତ କଲା କ୍ରାଇମବ୍ରାଞ୍ଚ STF। କୁଖ୍ୟାତ ନିଶା ବ୍ୟବସାୟୀ ଅନୀଲ କୁମାର ପାଣ୍ଡି ର ୨ କୋଟିର ସମ୍ପତ୍ତି କୁ ବାଜ୍ୟାପ୍ତ କରିବା ପାଇଁ NDPS କୋଲକତା କମ୍ପିଟେଣ୍ଟ ଅଧିକରୀଙ୍କୁ ଚିଠି ଲେଖିଲା STF।

ଅନିଲର ୧୩ .୦୮ .୨୦୨୧ ମସିହାରେ ୧୦ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରକ ଜବତ ହୋଇଥିଲା  ୨ କୋଟିର ସମ୍ପତି ଭିତରେ ୩ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର ଯାହା ମଧ୍ୟରେ ରହିଛି ସୁଇମିଂ ପୁଲ। ଏହା ସହିତ ଅନୀଲର ୩୩ଟି ପ୍ଲଟ ଓ ବ୍ୟାଙ୍କ ଡିପୋଜିଟ୍ ରହିଛି।

ପୂର୍ତ୍ତ ବିଭାଗର ଆକଳନ ଅନୁସାରେ ଏହି କୋଠାର ଦାମ ପ୍ରାୟ ଦେଢ କୋଟି ହେବ। ଏହା ଛଡା ତାର ଗୁଜୁରାଟ ଓ ମହାରାଷ୍ଟ୍ରରେ ସମ୍ପତ୍ତି ରହିଥିବା ଜଣାପଡ଼ିଛି। ଅନିଲର ଅପରାଧିକ କାର୍ଯ୍ୟକଳାପ ଓଡିଶାରୁ ଗୁଜୁରାଟ ଯାଏ ଲମ୍ବିଛି। ପୂର୍ବରୁ ତା ଭାଇ ସୁନୀଲ ପାଣ୍ଡିକୁ ଗିରଫ କରିଥିଲା ଗୁଜୁରାଟ ପୋଲିସ

। ଅନୀଲ ପାଣ୍ଡି ଏବେ ବି ଫେରାର ଅଛି । ତା ନାଁରେ କୋର୍ଟ NBW ଜାରି କରିଛନ୍ତି । ୨୧/୧୨/୨୦୨୧ ରେ STF ପକ୍ଷରୁ ତା ସମ୍ପର୍କରେ ସୂଚନା ଦେବା ପାଇଁ  ରିୱାର୍ଡ ଘୋଷଣା କରିଛି  STF ।

 

 

Leave A Reply

Your email address will not be published.