କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ବଡ଼ ଧରଣର ଜାଲ ନୋଟ୍‌ ରାକେଟ୍‌: ଜବତ ହେଲା ୧୪ ଲକ୍ଷ ୨୯ ହଜାର ୫୦୦ ଜାଲ ଟଙ୍କା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଡା ବିଡା ନକଲି ଟଙ୍କା। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ବଡ଼ ଧରଣର ଜାଲ ନୋଟ୍‌ ରାକେଟ୍‌ । ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କର ଜାଲ୍‌ ନୋଟ୍‌ ଜବତ କରିଛି ଏସ୍‌ଟିଏଫ୍‌ । ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ ଓ ବଳରାମ ମେହେର । ବରଗଡ଼ ଜିଲ୍ଲା ବରପାଲିରେ ଜାଲ ନୋଟ୍‌ କାରବାର ହେଉଥିବା ନେଇ ଏସ୍‌ଟିଏଫ୍‌ ପାଖରେ ଅଭିଯୋଗ ହୋଇଥିଲା ।

ବରଗଡ଼ ଜିଲ୍ଲା ପୁଲିସ ସହାୟତାରେ ଏସ୍‌ଟିଏଫ୍‌ ବରପାଲିରେ ଚଢାଉ କରି ଜାଲ୍‌ ନୋଟ ଓ ଜାଲ ନୋଟ୍‌ ସମ୍ବନ୍ଧୀୟ ଯନ୍ତ୍ରାଂଶ ଜବତ କରିଥିଲା । ପଟ୍ଟୁର ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସମ୍ବଲପୁରରେ ରହୁଥିଲା । ସେହିପରି ବଳରାମ ମେହେରର ଘର ବରଗଡ଼ ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି । ଓଡ଼ିଶାରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଏହି ଜାଲ ନୋଟ୍‌ ରାକେଟ୍‌ ଲମ୍ବିଥିବା ସନ୍ଦେହ କରାଯାଉଛି । ଏହି ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ କେତେଦିନ ଧରି ଚାଲିଥିଲା, ତା ଉପରେ ଏସ୍‌ଟିଏଫ୍‌ ଓ ବରଗଡ଼ ପୋଲିସ ତଦନ୍ତ ଚଳାଇଛି ।.

Leave A Reply

Your email address will not be published.