ଭରତପୁର ଥାନା ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଯିବ ଗୁଜରାଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭରତପୁର ଥାନା ଘଟଣାରେ କାଲି କ୍ରାଇମବ୍ରାଞ୍ଚ ଟିମ୍ ଗୁଜରାଟ ଯିବ। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ହେବ। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଗୁଜରାଟର ଗାନ୍ଧିନଗରକୁ ନେବେ। ନିଲମ୍ବିତ ଥାନା ଅଧିକାରୀ ଓ ଅନ୍ୟ ଚାରିଜଣ ପୁଲିସ କର୍ମଚାରୀଙ୍କୁ ନେଇ ରବିବାର ଦିନ ଗୁଜରାଟ ଅଭିମୁଖେ ଯିବ କ୍ରାଇମବ୍ରାଞ୍ଚ।

ପଲିଗ୍ରାଫ ଟେଷ୍ଟ ପରେ ପୁଲିସ କେତେ ସତ କହୁଛି ତାହା ପ୍ରମାଣିତ ହେବ। ଗତ ୧୪ତାରିଖ ଦିନ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭାରତପୁର ଥାନାରେ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ମାମଲାରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏନେଇ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସୂୁଚନାଯୋଗ୍ୟ,ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଭରତପୁର ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇଙ୍କୁ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବେ ଗ୍ରହଣ କରାଯାଇଛି। ତେଣୁ ସାକ୍ଷୀ ଭାବେ ତାଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ । ଏହାଦ୍ୱାରା ମେଜର, ତାଙ୍କ ବାନ୍ଧବୀ ଅବା ପୁଲିସ କିଏ ସତ କହୁଛି ତାହା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.