ଓଡ଼ିଆ ନ୍ୟୁଜ (ବ୍ୟୁରୋ): କୋଟି କୋଟି ଟଙ୍କା ନେଇ ପାକିସ୍ଥାନ ଗୁଇନ୍ଦା ଏଜେଣ୍ଟ ଙ୍କୁ ଓଟିପି ସେୟାର କରିବା ଅଭିଯୋଗ ରେ ୩ ଜଣଙ୍କୁ ଗିରଫ କରିଛି STF । ଅଭିଯୁକ୍ତଙ୍କ ଠାରୁ ୧୯ ଟି ଦାମୀ ମୋବାଇଲ, ୪୭ ଟି ସିମ କାର୍ଡ, ୬୧ ଟି ଏଟିଏମ, ୨୩ ଟି ସିମ କଭର ଜବତ କରିବା ପରେ ଖୁବଶୀଘ୍ର ସେମାନଙ୍କୁ ରିମାଣ୍ଡରେ ଅଣାଯିବ ।
ପେଶାରେ ଜଣେ ଆଇଟିଆଇ ଟିଚର, ଆଉ ଦୁଇଜଣ ସୋସିଆଲ ମିଡିଆ ଏକ୍ସପର୍ଟ। ନିଶା କିନ୍ତୁ ଦେଶ ବିରୋଧରେ ଯାଇ କୋଟି କୋଟି ଟଙ୍କା କମାଇବା। ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରିଛି ଏସ୍ଟିଏଫ। ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ଏଟିଏମ୍ କାର୍ଡ ଓ ୨୩ଟି ସିମ କଭର ଜବତ କରିଛି। ଓଟିପି ସେୟାରିଂ ସ୍କାମ କରି କିଛି ପାକିସ୍ଥାନୀ ଇଣ୍ଟେଲିଜେନ୍ସ ଅଧିକାରୀ ଓ ଆଇଏସଆଇ ଏଜେଣ୍ଟମାନଙ୍କୁ ଲିଙ୍କ ଜେନେରେଟ କରି ତଥ୍ୟ ଦେଉଥିଲେ। ଓଟିପି ସେୟାର କରି ହ୍ଵାଟ୍ସଆପ, ଟେଲିଗ୍ରାମ, ଫେସବୁକ, ଇଂସ୍ତାଗ୍ରାମ ଓ ଇମେଲ ମାନଙ୍କରେ ମ୍ୟୁଲ ବା ନକଲି ଆକାଉଣ୍ଟ ଖୋଲୁଥିଲେ ।
ଗତବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଧରାଯାଇଥିବା ମହିଳା ପିଆଇଓ ଏଜେଣ୍ଟଙ୍କ ସହ ଯୋଗାଯୋଗ ରେ ଥିଲେ ଏହି ୩ ଅଭିଯୁକ୍ତ। ସେମାନଙ୍କ ଠାରୁ ଜବତ ହୋଇଥିବା ସିମ ପ୍ରୋଭାଇଡର ବର୍ତ୍ତମାନ ସ୍କାନରରେ । ସେପଟେ ନୟାଗଡ଼ ବଣ୍ଡପରୁସର ଠାରେ Iti ଟିଚର ଭାବେ କାମ କରୁଥିବା ପଠାଣି ଙ୍କ ଘରେ ଝୁଲୁଛି ତାଲା । ସ୍ତ୍ରୀ ଓ ପିଲାଙ୍କୁ ନେଇ ସେ ନିୟମିତ ଭାବେ କେଉଁଆଡ଼େ ଗାଡି ଭଡା କରି ଯାଉଥିଲେ । ତେବେ ତାଙ୍କ ଆଚରଣ ଓ ଉଚ୍ଚାରଣ ଦେଖିଲେ ସେ ଜଣେ ଦେଶଦ୍ରୋହୀ ଭଳି ଲାଗୁନଥିବା କହିଛନ୍ତି ପଡୋଶୀ । କେବଳ ଏହି ୩ ଜଣ ନା ଏହି ର୍ୟାକେଟ ରେ ଆଉ କେହି ସମ୍ପୃକ୍ତ ? କେତେ ଦିନ ଧରି ଗୁଇନ୍ଦା ତଥ୍ୟ ଦେଉଥିଲେ ଅଭିଯୁକ୍ତ ? ସୁନ୍ଦରୀ ଯୁବତୀଙ୍କ ଫାସରେ ପଡି ଫସି ଗଲେ କି ଓଡ଼ିଆ ଯୁବକ ?ରିମାଣ୍ଡରେ ଆସିବା ପରେ ପୁରା ତଥ୍ୟ ପଦାକୁ ଆସିବ ।