ଅସୁରକ୍ଷିତ ନନ୍ଦନକାନନର ଜୀବଜନ୍ତୁ: କାଲି ସାପକାମୁଡ଼ାରେ ସିଂହୀର ମୃତ୍ୟୁ ହୋଇଥିଲା , ଆଜି ଜଳହାତୀ ଖୁଆଡ଼ରେ କୁମ୍ଭୀର ପଶିଛି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ଅସୁରକ୍ଷିତ ହେଇ ଯାଉଛି ନନ୍ଦନକାନନ।ଆଜି ନନ୍ଦନକାନନ ଖୁଆଡ ନଂ 63 ରେ ଜଳହସ୍ତୀ ମାନେ ରହୁଥିବା ଜଳାଶୟ ରେ ଏକ କୁମ୍ଭୀର ପଶିଯାଉଛି । ଖୁଆଡ ଭିତରୁ କୁମ୍ଭୀର କୁ ଉଦ୍ଧାର ପାଇଁ କର୍ମଚାରୀ ଉଦ୍ଯମ ଚଳାଇଛନ୍ତି୍ । ଖୁଆଡ ନଂ 63 ଓ 64 ଖୁଆଡ ରେ ଥିବା ଜଳାଶୟ ରେ ପ୍ରାୟ 12 ଟି ଜଳହସ୍ତୀ ରହୁ ଥିଲେ । ଆଜି ସକାଳେ ଦୁଇ ଖୁଆଡ ମଧ୍ଯରେ ଥିବା ପାଚେରୀ ଉପରେ ଏକ କୁମ୍ଭୀର ସୋଇ ରହିଥିବା ଦେଖା ଯାଇଥିଲା ।
ଖବର ପାଇ ନନ୍ଦନକାନନ କତୃପକ୍ଷ ତୁରନ୍ତ କର୍ମଚାରୀ ନିୟୋଜିତ କରି ଜଳାଶୟ ରୁ କୁମ୍ଭୀର ଟିକୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି । ତେବେ ଏଠାରେ ଥିବା ଜଳହସ୍ତୀ ଓ କୁମ୍ଭୀର ଉଭୟ ଜଳଚର ହିଂସ୍ର ଜନ୍ତୁ ହୋଇଥିବା ରୁ ଉଭୟ ଙ୍କ ମଧ୍ଯରେ ସଂଘର୍ଷ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଏଠାରେ ଥିବା ଉଭୟ ଜଳଚର ହିଂସ୍ର ଜନ୍ତୁ ଙ୍କୁ ଅଲଗା ଅଲଗା କରି ରଖିବା ପାଇଁ ପ୍ରାଥମିକ ଚେଷ୍ଟା କରାଯାଇଛି । ଜଳାଶୟ ରେ ଥିବା ଜଳହସ୍ତୀ ଙ୍କୁ ଅଲଗା କରି ଏଠାରେ ଜାଲ ପକାଇ କୁମ୍ଭୀର କୁ ଉଦ୍ଧାର ପାଇଁ ଯୋଜନା କରାଯାଇଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୦ ନମ୍ବର ଖୁଆଡରେ ରହୁଥିବା ଏସୀୟ ସିଂହୀ ଗଙ୍ଗା ବିଷଧର ସର୍ପ ପାହାଡି ଚିତି ବୋଡା ଦଂଶନରେ ପ୍ରାଣ ହରାଇଛି। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ ଆସିଛି। ଚିକିତ୍ସା ବିଳମ୍ବ ହେବାରୀୁ ସିଂହୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସକାଳ ପ୍ରାୟ ସାଢେ ଆଠଟା ବେଳେ ଖୁଆଡ ଦାୟିତ୍ବରେ ଥିବା ଜନ୍ତୁ ରକ୍ଷକ ଦେଖିବାକୁ ପାଇଥିଲେ ଯେ ‘ଗଙ୍ଗା’ ଖୁଆଡ ମଧ୍ୟରେ ପଡି ଛାଟିପିଟି ହେଉଛି। ତୁରନ୍ତ ବନରକ୍ଷୀଙ୍କୁ ସୂଚନା ଦେବା ପରେ ନନ୍ଦନକାନନର ପ୍ରାଣୀ ଚିକିତ୍ସାକ ଡକ୍ଟର ଶରତ ସାହୁ ଖୁଆଡକୁ ଯାଇ କର୍ମଚାରୀମାନଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଥିବା ସିଂହୀକୁ ଟିକା ଦେଇଥିଲେ। ଉପସ୍ଥିତ କର୍ମଚାରୀମାନେ ମିଳି ମିଶି ବଞ୍ଚାଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରିଥିଲେ। ହେଲେ ମାତ୍ର ପାଞ୍ଚ ମିନିଟ ପରେ ଗଙ୍ଗା ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲା।