ଆକ୍ସନ ମୁଡରେ କ୍ରୁଟ୍: ମଦୁଆ ଚାଳକ ଓ କଣ୍ଡକ୍ଟର ନିଲମ୍ବିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅକ୍ସନ ମୋଡ଼ରେ କ୍ରୁଟ୍ | ଏଥର ସାବାଡ ହେବେ ମୋ ବସ କର୍ମଚାରୀ | ‘ମୋ ବସ୍’ ଡ୍ରାଇଭରଙ୍କ ବିରୋଧରେ ଆକ୍ସନ ମୋଡରେ କ୍ରୁଟ୍ । ମଦ ପିଇ ଡ୍ୟୁଟି କରୁଥିବା ଅଭିଯୋଗରେ ଜଣେ ବସ୍ ଗାଇଡ୍ ଓ କ୍ୟାପଟେନଙ୍କୁ ନିଲମ୍ବିତ କରିଛି କ୍ରୁଟ୍। ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମଦ ପିଇ ଡ୍ୟୁଟି କରୁଥିବା ଅଭିଯୋଗରେ ଜଣେ ବସ୍ ଗାଇଡ୍ ଓ କ୍ୟାପଟେନଙ୍କୁ ନିଲମ୍ବିତ କରାଯାଇଛି । ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି।

ବସ୍‌ ଚଳାଚଳ ସୁରକ୍ଷା ନିୟମଗୁଡ଼ିକର କଡ଼ାକଡ଼ି ଯାଞ୍ଚ କରାଯାଇଛି। ନିୟମ ଉଲ୍ଲଙ୍ଘନ ପାଇଁ ଜଣେ ଚାଳକ ଏବଂ କଣ୍ଡକ୍ଟରଙ୍କୁ ନିଲମ୍ବନ କରାଯାଇଛି। କ୍ରୁଟ୍‌ର କାର୍ଯ୍ୟନିର୍ବାହୀ ଦଳ ଦ୍ୱାରା ମଦ୍ୟପାନ ଯାଞ୍ଚ ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଉଭୟ ଚାଳକ ଏବଂ କଣ୍ଡକ୍ଟରଙ୍କୁ ନିଲମ୍ବନ କରାଯାଇଛି। ଅପରପକ୍ଷେ କ୍ରୁଟ୍‌ ମହା ପ୍ରବନ୍ଧକ ଏବଂ ପରିଚାଳନା ନିର୍ଦେଶକ ଡ.ଏନ୍‌.ତିରୁମାଲା ନାୟକ ଶୁକ୍ରବାର ବିଭିନ୍ନ ସ୍ଥାନରେ ମୋ’ ବସ୍‌ରେ ଯାତ୍ରା କରି ସ୍ଥିତି ପରଖିଛନ୍ତି। ମୋ’ ବସ୍‌ରେ ମିଳୁଥିବା ସେବା ବିଷୟରେ ଅବଗତ ହେବା ପୂର୍ବକ ବିଭିନ୍ନ ବର୍ଗର ଯାତ୍ରୀ, ଚାଳକ ଓ କଣ୍ଡକ୍ଟରଙ୍କ ସହ କଥା ହୋଇଛନ୍ତି।

କ୍ରୁଟ୍ ଅଧିକାରୀ କହିଛନ୍ତି ଯେ, କୈାଣସି ଡ୍ରାଇଭର ଯଦି ଗାଡ଼ି ଚାଳନା ସମୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବାର ଜଣାପଡ଼େ, ତୁରନ୍ତ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପର୍ଯ୍ୟନ୍ତ ରଦ୍ଦ କରାଯିବ। କେବଳ ମୋ ବସ୍ ନୁହେଁ ଚାକିରୀରୁ ବାହାରି ଅନ୍ୟ କୈାଣସି ସ୍ଥାନରେ ଗାଡ଼ି ଚାଳନା କରାଯିବାକୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯିବ ନାହିଁ। ଏହିପରି ଘଟଣା ପୁନରାବର୍ତ୍ତି ନହେବା ପାଇଁ ଏପରି କଠୋର ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି। ଏନେଇ ମୋ ବସ୍ କର୍ମଚାରୀଙ୍କ ନିୟମିତ ମଦ୍ୟପାନ ପରୀକ୍ଷଣ, ସ୍ୱତନ୍ତ୍ର ଡ୍ରାଇଭର ତାଲିମ ପ୍ରୋଗ୍ରାମ, ଯାତ୍ରୀ ଓ ସହକର୍ମୀଙ୍କ ପ୍ରତି ଆଚରଣ ଓ ବ୍ୟବହାରଗତ ତାଲିମ ସହିତ କାର୍ଯ୍ୟସ୍ଥଳରେ ସ୍ୱତନ୍ତ୍ର ମନିଟରିଂ କରାଯିବାର ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାହେବ।

Leave A Reply

Your email address will not be published.