ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦାଦାବଟିକୁ ନେଇ ଠିକାସଂସ୍ଥା ଉପରେ ବୋମାମାଡ । କଟକ-ବାଙ୍କୀ କଇଁମୁଣ୍ଡି ଛକରେ ଏହି ବୋମାମାଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, କାଇଁମୁଣ୍ଡି ଗାଁରେ ଏକ ସେତୁ ନିର୍ମାଣ ଚାଲିଥିବା ବେଳେ ଏହାର ଠିକାଦାରଙ୍କୁ ଦୁର୍ବୁତ୍ତମାନେ ଦାଦାବଟି ମାଗିଥିଲେ। ଠିକାଦାର ମନା କରିଦେବାରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଦୁଇଟି ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି।
ସେତୁ କାମରେ ନିୟୋଜିତ ହୋଇଥିବା ମେସିନ୍ ଏହି ବୋମାମାଡରେ କ୍ଷତିଗ୍ରସ୍ତ ହୋଇଛି । ୨ଟି ବୋମା ମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । ବାଙ୍କୀ ପୁଲିସ ଘଟଣାର ତଦନ୍ତ କରୁଛି। ଏନଇ ପୁଲିସ କିମ୍ବା ଠିକାଦାରଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।