ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ଯାଏ ବାଲେଶ୍ୱର ସହରରେରେ ବଳବତ୍ତରର ରହିବ କର୍ଫ୍ୟୁ। ସହରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାର ବିଭିନ୍ନ ସ୍ଥାନରେ ରହିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପାଇଁ ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ବାଲେଶ୍ବର ତରଫରୁ ଜରୁରୀକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି। ୧୧ ତାରିଖ(ଶନିବାର) ଭୋର୍ ୪ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଏବଂ ୧୨ ତାରିଖ(ରବିବାର) ଭୋର୍ ୪ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏହି ଅବଧି ମଧ୍ୟରେ ଅରଡ଼ବଜାର ଠାରୁ ପରିବା ମାର୍କେଟ୍, ହରିପୁର ଛକଠାରୁ ଦର୍ଜିପୋଖରୀ ଛକ, କସିମିଳା ପୋଲଠାରୁ ଫୁଲାଡ଼ିଛକ ସହିତ ନୂଆବଜାର ରେଲୱେ ଫାଟକରୁ ଗୋଳାପୋଲ ଓ ନୂଆବଜାର ପରିବା ମାର୍କେଟ୍ର ଉଭୟପାର୍ଶ୍ବ ରାସ୍ତାରେ ରହିଥିବା ଜବରଦଖଲ ଉଚ୍ଛେଦ କରାଯିବ।
କର୍ଫ୍ୟୁ ବଳବତ୍ତର ଥିବା ଅଞ୍ଚଳରେ ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, ସଭା ଓ ଶୋଭାଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁକରାଯାଇଛି। ଏହି ଅବଧି ମଧ୍ୟରେ ଅରଡ଼ବଜାର ଠାରୁ ପରିବା ମାର୍କେଟ୍, ହରିପୁର ଛକଠାରୁ ଦର୍ଜିପୋଖରୀ ଛକ, କସିମିଳା ପୋଲଠାରୁ ଫୁଲାଡ଼ିଛକ ସହିତ ନୂଆବଜାର ରେଲୱେ ଫାଟକରୁ ଗୋଳାପୋଲ ଓ ନୂଆବଜାର ପରିବା ମାର୍କେଟ୍ର ଉଭୟପାର୍ଶ୍ବ ରାସ୍ତାରେ ରହିଥିବା ଜବରଦଖଲ ଉଚ୍ଛେଦ କରାଯିବ। କର୍ଫ୍ୟୁ ବଳବତ୍ତର ଥିବା ଅଞ୍ଚଳରେ ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, ସଭା ଓ ଶୋଭାଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁକରାଯାଇଛି।