ମାଷ୍ଟର କ୍ୟାଣ୍ଟିନରେ ବିଜେପି କର୍ମୀଙ୍କୁ ପୋଲିସର ମାଡ଼ ପ୍ରତିବାଦ: କଟକର ବିଭିନ୍ନ ଥାନାରେ ଏଫଆଇଆର ଦେଲା କଟକ ନଗର ବିଜେପି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତ ଫେବୃଆରୀ 28 ତାରିଖରେ ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ଭୁବନେଶ୍ୱରରେ ହୋଇଥିବା ଶୋଭାଯାତ୍ରାରେ ପୋଲିସ ତଥା ବିଜେଡି ଗୁଣ୍ଡା ମାନଙ୍କ ଦ୍ୱାରା ମାଷ୍ଟର କ୍ୟାଣ୍ଟିନ ଠାରେ ଅତର୍କିତ ଆକ୍ରମଣ କରାଯାଇଥିଲା। ଏହା ସହିତ ବେଆଇନ ଭାବେ ଭାଜପା ଯୁବନେତାଙ୍କୁ ଗିରଫ କରିବା ବିରୁଦ୍ଧରେ ଦିଆଯାଇଥିବା ଏଫ ଆଇ ଆର ନରଖିବା ଓ କାର୍ଯ୍ୟାନୁଷ୍ଠାନ ନନେବା ପ୍ରତିବାଦରେ ଆଜି କଟକରେ ସମସ୍ତ ଥାନାରେ କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁ ନେତୃତ୍ୱରେ ବିଜେପି କର୍ମୀମାନେ ଥାନାରେ ଏତଲା ଦେଇଥିଲେ।
ଏଥିରେ ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ବିବେକାନନ୍ଦ ନାଏକ,ନିତାଇ ଚରଣ ନନ୍ଦ, ମହମ୍ମଦ ସବୀର,ପ୍ରବୀଣା ମହାପାତ୍ର,ସ୍ମୃତି ପଟ୍ଟନାୟକ,ସତ୍ୟବ୍ରତ ମିଶ୍ର, ସୁଶାନ୍ତ ମହାନ୍ତି, ମନମୋହନ ଉପାଧ୍ୟାୟ, ଭାଗିରଥି ଦଳେଇ, ମହେନ୍ଦ୍ର ମହାନ୍ତି ,ମଣ୍ଡଳ ସଭାପତି ଲଲାଟେନ୍ଦୁ ଦାସ, ଦେବାନନ୍ଦ ସିଂ, ନମିତା ମିଶ୍ର, ରତନ ମହାନ୍ତି, ନିତାଇ ଗୌର ମହାନ୍ତି ଓ ଗୋପାଳ ବେହେରା,ସୁବାଷ ମହାନ୍ତି,ସନ୍ତୋଷୀ ଚୌଧୁରୀ, କଲ୍ୟାଣୀ ମହଲା, ରାଜକିରଣ ସନ୍ତୁକା, ସୁଧୀର ଶତପଥି,ସୁରେଶ ଆଗ୍ରୱାଲ,ବିଶ୍ୱଜିତ ମହାପାତ୍ର,ଲବେନ୍ଦ୍ର କର୍ମକାର, ସୁଚିତ୍ରା ସେନାପତି, ସାଗରୀକା ମୁଦୁଲି, ବିଶ୍ୱଜିତା ଜେନା, ଦିଲ୍ଲୀପ ଦାସ, ପ୍ରଶାନ୍ତ ଦାସ, ଧନଞ୍ଜୟ ନାଏକ,ସବିତା ବେହେରା ଆଦି ଉପସ୍ଥିତ ଥିଲେ । କଟକର ବିଭିନ୍ନ ଥାନାରେ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଓଡିଶା ପୋଲିସ ଡିଜି, ଭୁବନେଶ୍ୱର କଟକ ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ବିରୁଦ୍ଧରେ ଏଫ ଆଇ ଆର ଦିଆଯାଇଥିଲା।