କଟକ ମହାନଗର ନିଗମ କମିଶନରଙ୍କୁ ସମ୍ଭାବ୍ୟ ବାତ୍ୟା ପ୍ରତିକାର ପାଇଁ ଭେଟିଲା କଟକନଗର ଭାଜପା ଟିମ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):ଆଜି ମଧ୍ୟାହ୍ନରେ କଟକନଗର ଭାଜପାର ଏକ ଟିମ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ କଟକ ମହାନଗର ନିଗମ ଡେପୁଟି କାମିଶନରଙ୍କୁ ଭେଟି କଟକ ସହରରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ପରବର୍ତ୍ତୀ ସମସ୍ୟାର ସମାଧାନ ପାଇଁ ଆଲୋଚନା କରି ସ୍ମାରକପତ୍ର ଦେଇଥିଲେ। ବଡ଼ ଓ ଛୋଟ ନାଳରୁ ପଙ୍କଉଧାର,ବାତ୍ୟା ଓ ବର୍ଷା ସମୟରେ ଜରୁରୀକାଳୀନ ସହାୟତା ପାଇଁ ଫୋର୍ସ ମୁତୟନ,ତଳିଆ ଅଞ୍ଚଳ ଜଳବନ୍ଦୀରୁ ଜଳ ନିଷ୍କାସନ,ବାତ୍ୟା ଓ ବର୍ଷା ପିଡ଼ିତ ଅଞ୍ଚଳର ବ୍ୟକ୍ତିଙ୍କୁ ଥଇଥାନ ତଥା ରିଲିଫ,ଆବଶ୍ୟକତା ଅନୁସାରେ ସହରରେ ସଭିଙ୍କୁ ବିଜୁଳି, ପାଣିର ଜରୁରୀ ଯୋଗାଣ ,ଜରୁରୀ କାଳୀନ ତତ୍ପରସେବା ପାଇଁ ଆମ୍ବୁଲାନ୍ସ , ଅତ୍ୟାବଶ୍ୟକ ଜିନିଷର ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଦରଦାମ ବୃଦ୍ଧିକୁ ରୋକିବା ଓ ଏହାର ସୁଲଭ ଯୋଗାଣ ଆଦି ବିଷୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଡେପୁଟି କମିଶନର ଶ୍ରୀ ଅଜୟ କୁମାର ନନ୍ଦୀଙ୍କ ସହ ଆଲୋଚନା ହୋଇଥିଲା

।ଏହି ଭାଜପା ଟିମରେ ସର୍ବଶ୍ରୀ ସିକନ୍ଦର ଅଲ୍ଲି, ଶ୍ରିତମ ଦାସ, ରଶ୍ମିରେଖା ଦାସ, କଳ୍ପନା ପଟ୍ଟନାୟକ,ବିଶ୍ୱରଂଜନ ମିଶ୍ର,ଦେବାଶିଷ ରାୟ, ଭାଜପା କର୍ପୋରେଟର ଗୋପାଳ ବେହେରା,ଗଗନ ଓଝା,ଲକ୍ଷ୍ମୀଧର ବେହେରା ଓ ରାକେଶ ସ୍ବାଇଁ,ସୁବାଷ ମହାନ୍ତି, ଶରତ ଭୋଳ,ମହମ୍ମଦ ସବିର,ସନ୍ଦିପ ଚିନାରା,ସତ୍ୟବ୍ରତ ମିଶ୍ର,ରତନ ମହାନ୍ତି,ସଂଗ୍ରାମ ସିଂ,ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ,ମୁକେଶ ସାହୁ,ସୁଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.