କଟକ ଶିଶୁଭବନରେ ଥିବା ଆହର କେନ୍ଦ୍ରର ମାନ ଯାଞ୍ଚ କଲେ କଟକ ମେୟର ସୁବାସ ସିଂ ଓ ମନ୍ତ୍ରୀ ପ୍ରତାପ ଜେନା, ଲୋକଙ୍କ ସହ ମିଶି ଏକାଠି ଖାଇଲେ
ଓଡିଆ ନ୍ୟୁଜ୍(ବ୍ୟୁରୋ): କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଆହାର ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାଷ ସିଂ। ନିଜେ ମଧ୍ୟ ଆହାର କେନ୍ଦ୍ରରେ ଖାଇଲେ। ପୂର୍ବ ଭାରତର ସର୍ବ ବୃହତ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ସର୍ଦାର ବଲ୍ଲଭ ଭାଇ ଶିଶୁ ଚିକିତ୍ସା ପ୍ରତିଷ୍ଠାନ। ସାରା ଓଡିଶାର ଶିଶୁ ରୋଗୀଙ୍କ ସମେତ ପଡ଼ୋଶୀ ରାଜ୍ୟର ଶିଶୁ ରୋଗୀ ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି। ଏହି ଚିକିତ୍ସାଳୟ ନିକଟରେ ଥିବା ଆହାର କେନ୍ଦ୍ର ଏହି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏକମାତ୍ର ମାଧ୍ୟମ ସାଜିଛି।

ତେବେ ରବିବାର ଦିନ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଲୋକମାନେ ସମସ୍ୟା ଭୋଗୁଛନ୍ତି। ତେଣୁ ରବିବାର ଆହାର କେନ୍ଦ୍ର ଖୋଲିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ସୁବାସ ସିଂ। ରାଜ୍ୟରେ ୧୫୮ ଟି ଆହାର କେନ୍ଦ୍ର ଥିବା ବେଳେ ଦୈନିକ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେଉଛନ୍ତି।ଆହୁରି ଅଧିକରୁ ଅଧିକ ଲୋକ କିଭଳି ଉପକୃତ ହୋଇ ପାରିବେ ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି।