ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ଡେପୁଟି ଏନଏସଏ ଦଲିପ ସିଂଙ୍କ ବିବୃତ୍ତିକୁ ନେଇ ତୀବ୍ର ସମାଲୋଚନା କରାଯାଉଛି। ଆମେରିକାର ଡେପୁଟି ଏନଏସଏ କହିଛି ଯେ, ଭାରତ ଏହା ଆଶା ଅନୁଚିତ୍ ଯେ ଯଦି ଚୀନ୍ LAC କୁ ଉଲ୍ଲଂଘନ କରେ ତେବେ ଋଷିଆ ଏହାକୁ ବଞ୍ଚାଇବାକୁ ଆସିବ।ଯାହାର କଡ଼ା ଦେଇଛନ୍ତି ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ସୟଦ ଆକବରଉଦ୍ଦିନ।
ଆକବରଉଦ୍ଦିନ ଏକ ଟୁଇଟ୍ରେ ଦଲୀପ ସିଂଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି। ଆକବରଉଦ୍ଦିନ ଟ୍ୱିଟ୍ କରିଛନ୍ତି ଯେ ତାହାଲେ ଏହା କ’ଣ ଆମେରିକାର ବନ୍ଧୁତ୍ୱ? ଏହା କୂଟନୀତିର ଭାଷା ନୁହେଁ ଏହା ହେଉଛି ବାଧ୍ୟବାଧକତାର ଭାଷା। କେହି ଜଣେ ସେମାନଙ୍କୁ କୁହନ୍ତି ଯେ ଏକପାଖିଆ ଦଣ୍ଡବିଧାନ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ଅଟେ।
କହିବାକୁ ଚାହିଁବୁ ଯେ, ଦଲୀପ ସିଂଙ୍କ ଏହି ପ୍ରତିକ୍ରିୟା ଏକ ସମୟରେ ଆସିଛି ଯେତେବେଳେ ଋଷିଆର ବୈଦେଶିକ ମନ୍ତ୍ରୀ ସାର୍ଗଇ ଲାଭ୍ରୋଭ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ହାଇଦ୍ରାବାଦ ହାଉସରେ ରୁଷର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି।