ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସିଏମସି ପୌର ନିର୍ବାଚନ ମତ ଦାନ ପ୍ରସ୍ତୁତି। ମୁଖ୍ୟ ନିର୍ବାଚନ ଅଧିକାରୀ ବିଜୟ ଖଣ୍ଡାୟତ ରାୟଙ୍କ ସୂଚନା।ଆଜି ୪୪୯ ଟି ମତ ଦାନ କେନ୍ଦ୍ରକୁ, ବୋଷ ସ୍କୁଲ ଅଫ ଇଞ୍ଜିନିୟରିଂ ଷ୍ଟ୍ରଙ୍ଗ ରୁମରୁ ଇ ଭି ଏମ୍ ମେସିନ ସ୍ଥାନାନ୍ତରିତ ହେବ।ପ୍ରତି ବୁଥରେ ୬ କର୍ମଚାରୀ। ପୋଲିଂ ପ୍ରକ୍ରିୟା ରେ ମୋଟ ୩୫୪ କର୍ମଚାରୀ ନିୟୋଜିତ ହେବେ। ଆସନ୍ତାକାଲି ସକାଳ ୮ ଟା ରୁ ବିଭିନ୍ନ ବୁଥରେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ।
ଆସନ୍ତାକାଲି ସକାଳ ୭.୩୦ ଟା ସୁଦ୍ଧା ମକପୋଲ ଶେଷ ହେବ କରାଯିବ।୭୮ ଟି ସମ୍ବେଦନଶୀଳ ବୁଥ ଚିନ୍ହଟ। ସେଠାରେ ସୁରକ୍ଷାକୁ ବିଶେଷ ଧ୍ୟାନ। ଅଧିକ ଫୋର୍ସ ମୃତୟନ ହେବେ। ଆବଶ୍ୟକ ପଡ଼ିଲେ ଲାଇଭ ଷ୍ଟ୍ରମିଙ୍ଗ ବ୍ୟବସ୍ଥା କରାଯିବ। ଆମେ ପ୍ରସ୍ତୁତ ଅଛୁ।ଭିନ୍ନ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିବା ବସ୍ତି ବାସିନ୍ଦା ଙ୍କ ପାଇଁ ନିକଟତମ ସ୍ଥାନରେ ବୁଥ ବ୍ୟବସ୍ଥା କରାଯାଇଛି। ଯଦି କେଉଁଠି ଦୂରତା ଅଧିକ ରହିଥାଏ ଓ ଭୋଟର ଅନୁରୋଧ କରନ୍ତି, ପ୍ରଶାସନ ପକ୍ଷରୁ ଯିବା ଆସିବା ବ୍ୟବସ୍ଥା କରାଯିବ।