କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା: ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାର ଆଗୁଆ ଜାମିନ ଆବେଦନ, ଅଗ୍ରାହ୍ୟ କଲେ ହାଇକୋର୍ଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ପଛର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ଆଗୁଆ ଜାମିନକୁ ଖାରଜ କରି ଦେଇଛନ୍ତି। ଚାନ୍ଦବାଲି ଥାନାରେ ମାନସ ସ୍ବାଇଁଙ୍କ ନିଖୋଜ ନେଇ ପରିବାର ପକ୍ଷରୁ ଫେବ୍ରୁଆରି ୧୪ ତାରିଖରେ ଅଭିଯୋଗ କରଯାଇଥିଲା। ଚାନ୍ଦବାଲି ଥାନା ପୋଲିସ ଆଇପିସିର ଦଫା ୩୬୩ ଓ ୩୪ ଦଫାରେ ମାମଲା ରୁଜୁ କରିଥିଲା।ଚାନ୍ଦବାଲି ଥାନାର କେସ ନମ୍ବର ୬୩/୨୦୨୨ ମାମଲାରେ ସମ୍ଭାବ୍ୟ ଗିରଫ ଦାରୀକୁ ଏଡ଼ାଇବା ପାଇଁ ଫେବ୍ରୁଆରି ୨୩ ତାରିଖରେ ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଗତ ୧୬ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ଏହା ହତ୍ୟାକାଣ୍ଡର ରୂପ ନେଇସାରିଛି। ପୋଲିସ ମଧ୍ୟ ଆଇପିସିର ୩୦୨ ଦଫାରେ ମାମଲା ରୁଜୁ କରିଛି। ହତ୍ୟାକାଣ୍ଡ ମାମଲାରେ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନରେ ପ୍ରାର୍ଥନା ନଥିବା ସ୍ପଷ୍ଟ ହୋଇଛି।
ସେପଟେ କ୍ୟାମେରମ୍ୟାନ ମାନସ ସ୍ୱାଇଁହତ୍ୟାମାମଲାରେ ଚାନ୍ଦବାଲି ପୋଲିସରା ବ୍ୟାପକ ତନାଘନା। 4ଟି ଟିମ ଖୋଜୁଛନ୍ତି ଶର୍ମିଷ୍ଠା ଝୁନଙ୍କୁ। ଦୟାଲ ଆଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିଲା। ତେବେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଆଜି ଯାଏ ପୋଲିସ ପାଇ ନାହିଁ।ଅପହରଣ ଠାରୁ ଶବକୁ ପୋତିବା ଯାଏ ନିରଞ୍ଜନସେଠିଙ୍କ ସମ୍ପୃକ୍ତି ରହିଛି। ମାନସଙ୍କ ଶବ ଗଳିତ ଅବସ୍ଥାରେ ମିଳିଥିଲା। ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷାକରାଯାଇଛି। ମାନସର ମର ଶରୀର କଟକ SCBରେ ପୋଷ୍ଟମର୍ଟମ ପାଇଁ ଦିଆଯାଇଥିଲା। ଖୁବଶୀଘ୍ରଆସିବ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଵ। ସେହିପରି state forensic ଲାବକୁDNA ଟେଷ୍ଟ ପାଇଁ ପଠାଯାଇଛି। ଯାହାର ରିପୋର୍ଟ ମଧ୍ୟ ଶୀଘ୍ର ଆସିବ। ଶର୍ମିଷ୍ଠା ଓ ଝୁନୁଙ୍କୁ ଖୁବଶୀଘ୍ର ଧରିବ ବୋଲି କହିଛନ୍ତି ଭଦ୍ରକ ଅତିରିକ୍ତ ଏସପି ଯତୀନପଣ୍ଡା।