ବାତ୍ୟା ଅସାନି ଅପଡେଟ୍: ଆନ୍ଧ୍ର ମୁଁହା ହେଉଛି ବାତ୍ୟା, ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଓଡ଼ିଶା ଉପକୂଳରେ ପହଞ୍ଚିବ ନାହିଁ ବାତ୍ୟା। ଓଡ଼ିଶା ଉପରେ ପବନର ପ୍ରଭାବ ରହିବ ନାହିଁ। ବର୍ଷା ହେବ।ଗଞ୍ଜାମ,ଗଜପତି,କୋରାପୁଟ, ମାଲକାନଗିରି ରାୟଗଡା ଆଦି ସ୍ଥାନରେ ବର୍ଷା ରହିବ। ପରେ ପୁରୀ,ଖୋର୍ଦ୍ଧା,କଟକ, ଜଗତସିଂପୁର ସହ ଉପକୂଳବର୍ତ୍ତି ଜିଲ୍ଲାକୁ ବଢିବ। ମଧ୍ୟମ ଧରଣର ବର୍ଷା ହେବ। ଅଧିକ ବର୍ଷା ପାଇଁ ମାଲକାନଗିରିରେ,କୋରାପୁଟ,ରାୟଗଡ଼ା,ଗଜପତିକୁ ଅଧିକ ସତର୍କ କରାଯାଇଛି। ଓଡ୍ରାଫ ଟିମ ମୁତୟନ କରାଯାଇଛି। ବିଭିନ୍ନ ସ୍ଥାନରୁ ଟିମ୍ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ଟିମ ବି ରହିବେ। ବିଦ୍ୟୁତ୍ ସରବରାହ ସମସ୍ୟା ହେଲେ ସଜାଡିବାକୁ ସତର୍କ କରାଯାଇଛି। ସ୍ଥିତି ଦେଖି ସ୍ଥାନାନ୍ତରଣ କରାଯିବ। ମତ୍ସ୍ୟଜୀବୀ ନିୟମ ନ ମାନି ସମୁଦ୍ରକୁ ଭିତରକୁ ଯିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ପ୍ରଶାସନକୁ ଅଡ଼ୁଆରେ ପକାଉଥିବାରୁ କାର୍ଯ୍ୟାନୁଷ୍ଠାନ ହେବ।

ସ୍ଥଳଭାଗ ଛୁଇଁବା ସମ୍ଭାବନା ଉପୁଜିବା ପରେ କେନ୍ଦ୍ର ସରକାରଙ୍କ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଆନ୍ଧ୍ର ଓ ଓଡ଼ିଶାର ଅଧିକାରୀ ଉପସ୍ଥିତ ଥିଲେ। ପ୍ରସ୍ତୁତି ବାବଦରେ ଓଡିଶା ସରକାର ଅବଗତ କରାଇଛନ୍ତି। ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଲଭାଗ ଛୁଇଁପାରେ। 12 ତାରିଖରେ ବିଶାଖାପାଟଣା ନିକଟରେ ପହଁଚିବା ବେଳକୁ ଗଭୀର ଅବପାତ୍ ହୋଇ ସାରିଥିବ।

Leave A Reply

Your email address will not be published.