ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ‘ମୋନ୍ଥା’

0

ଓଡ଼ିଆ ନ୍ୟୁଜ୍: ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ‘ମୋନ୍ଥା’।ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରି ନିକଟତର ହେଉଛି।ମଛଲିପଟନମ ଠାରୁ ୨୩୦, କାକିନାଡ଼ା ଠାରୁ ୩୧୦ କିମି ଦୂରରେ। ଗୋପାଳପୁର ଠାରୁ ୫୭୦ କିମି ଦୂରରେ ‘ମୋନ୍ଥା’।ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’।bଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ ‘ମୋନ୍ଥା’।ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ।

ଆଜି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବା ପରେ ଆନ୍ଧ୍ରପ୍ରଦେଶର କାକିନଡ୍ଡା ଆଡକୁ ମୁହାଁଇବ । ପ୍ରାୟ ତିନିରୁ ଚାରି ଘଣ୍ଟା ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆଜି ରାତିରୁ ସକାଳ ପର୍ଯ୍ୟନ୍ତ ଭୀଷଣ ବାତ୍ୟା ମନ୍ଥାର ବଡ ପ୍ରଭାବ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପରେ ରହିବ । ବର୍ତ୍ତମାନ କାକିନଡ୍ଡା ଉପକୂଳରୁ ୩୧୦ କିଲୋମିଟର ଦୂରରେ ସକ୍ରିୟ ରହିଛି ବାତ୍ୟା ।

Leave A Reply

Your email address will not be published.