ଶ୍ରମିକ ମାନଙ୍କୁ ଦିପାବଳୀ ଭେଟି: ବଢ଼ିଲା ପାରିଶ୍ରମିକ, ଜାଣନ୍ତୁ କେତେ ଥିଲା କେତେ ହେଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଢ଼ିଲା ଶ୍ରମିକଙ୍କ ପାରିଶ୍ରମିକ। କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ବଢ଼ିଲା।ଅଣ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୭ ଟଙ୍କା ବଢିଛି । ଫଳରେ ଏବେ ଏହା ୩୩୩ ଟଙ୍କା ହୋଇଛି । ସେହିପରି ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ମଜୁରୀ ବି ୭ ଟଙ୍କା ବଢ଼ି ୩୭୩ ଟଙ୍କାରେ ପହଞ୍ଚିଛି । କୁଶଳୀ ଶ୍ରମିକଙ୍କ ମଜୁରୀ ୪୨୩ ଟଙ୍କା ହୋଇଛି ।

ସେହିପରି ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୮୩ ଟଙ୍କାକୁ ବୃଦ୍ଧି ପାଇଛି।  ସେହିପରି ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୮୩ ଟଙ୍କାକୁ ବୃଦ୍ଧି ପାଇଛି। ଅକ୍ଟୋବର ୧ ତାରିଖରୁ ବର୍ଦ୍ଧିତ ମଜୁରୀ ଲାଗୁ ହୋଇଛି । ଏ ନେଇ ଶ୍ରମ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । .

Leave A Reply

Your email address will not be published.