ଓଡ଼ିଆ ନ୍ୟୁଜ(ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନକୁ ଆଉ ଏକ ବର୍ଷ ବାକି ଅଛି। ବର୍ତ୍ତମାନ ଓବିସି ନେତା ଦାରା ସିଂ ଚୌହାନ ଆଜି ମଧ୍ୟାହ୍ନ ୧୨ ଟାରେ ଲକ୍ଷ୍ନøରେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବେ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି ଏସପି ଯାଇଥିବା ଦାରା ସିଂ ଚୌହାନ ଦୁଇ ଦିନ ପୂର୍ବରୁ ବିଧାନସଭାରୁ ଇସ୍ତଫା ଦେଇଥିଲେ। ନୂଆଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିବା ପରେ ଚୌହାନ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସେ ଲକ୍ଷ୍ନø ବିଜେପି କାର୍ୟ୍ୟାଳୟରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଦଳରେ ଯୋଗଦେବେ।
ଯୋଗ ସରକାରଙ୍କ କ୍ୟାବିନେଟର ପ୍ରଥମ ବିସ୍ତାରରେ ଦାରା ସିଂ ଚୌହାନ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି ବୋଲି ମଧ୍ୟ ଖବର ରହିଛି। ଦାରା ସିଂ ଯୋଗୀ ସରକାରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରହିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଦାରା ସିଂଙ୍କୁ ଅଖିଳେଶ ଯାଦବ ସମାଜବାଦୀ ପାର୍ଟିରେ ଅନ୍ତର୍ଭୁକ୍ତ କରିଥିଲେ।