ଦାଶରଥୀଙ୍କୁ ନୂଆ ଡେଡ୍‌ଲାଇନ୍‌, କାଲି ସକାଳ ୯ଟା ସୁଦ୍ଧା ଯୋଗାଯୋଗ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍: କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ନୂଆ ଡେଡ୍‌ଲାଇନ୍‌। କାଲି ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ।ସଭ୍ୟପଦ ଋଦ୍ଦ ଚେତାବନୀ ସହ ଓଡ଼ିଶା ପିସିସି ପକ୍ଷରୁ ଚିଠି।ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ପ୍ରଥମ ଡେଡ୍‌ଲାଇନ୍‌ ସରିଛି।ନିର୍ବାଚନ ପୂର୍ବରୁ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ବେଙ୍ଗାଲୁରୁରେ କ୍ୟାମ୍ପ ପକାଇଥିବା କଂଗ୍ରେସର ୮ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରାଯାଉଥିଲା । ଏପରିକି ଏହି ମିଶନରେ ଥିବା ଦୁଇ ଜଣଙ୍କୁ କଂଗ୍ରେସ ଅଟକ ରଖିଥିବା ଅଭିଯୋଗ କରିଛି । ସେପଟେ ଦାଶରଥୀ ଗମାଙ୍ଗ ଧରା ଛୁଆଁ ଦେଉନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଦଳ । କିନ୍ତୁ ସେ ହାଜର ନହେବାରୁ ତାଙ୍କୁ ନୂଆ ଡେଡ୍ଲାଇନ୍ ଦିଆଯାଇଛି । ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ । ସଭ୍ୟପଦ ଋଦ୍ଦ ଚେତାବନୀ ସହ ଓଡ଼ିଶା ପିସିସି ପକ୍ଷରୁ ଚିଠି କରାଯାଇଛି । ରବିବାର ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ପ୍ରଥମ ଡେଡ୍ଲାଇନ୍ ସରିଛି ।

ପୂର୍ବରୁ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ସୋ’ କଜ୍ ନୋଟିସ୍ ଜାରି କରିଥିଲା ପିସିସି ଶୃଙ୍ଖଳା କମିଟି । ଦଳୀୟ ଶୃଙ୍ଖଳା ଅବମାନନା ନେଇ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ୍ ହୋଇଥିଲା । ରବିବାର ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ଯାହାକୁ ନେଇ ପୁଣି ଥରେ ତାଙ୍କୁ ନୋଟିସ୍ ଜାରି କରିଛି।

Leave A Reply

Your email address will not be published.