ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ । କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଦଶମନ୍ତପୁର ଥାନା ଅଧିକାରିଣୀ ସୁକମା ହାଁସଦା । ଥାନାରେ ହୋଇଥିବା ଏକ ମାମଲାର ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ମାଗିଥିବା ଲାଞ୍ଚ ଟଙ୍କା ନେଉଥିବା ସମୟରେ ମାଡ଼ି ବସିଲା ଜୟପୁର ଭିଜିଲାନ୍ସ ଟିମ । ଦଶମନ୍ତପୁର ଥାନା ଭିତରେ ଘନଘନ ଯାଞ୍ଜ କରୁଛନ୍ତି ଜୟପୁର ଭିଜିଲାନ୍ସ ।
ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବେ ଦଶମନ୍ତପୁର ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ଏହି ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତ ଅଧୀନସ୍ଥ ଛଟା ଗୁଡା ଗାଁର ରାମେଶ୍ବର ବିଶୋଇ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖି ଆସୁଥିଲେ। ଯୁବତୀ ଜଣକ ବିବାହ କରି ଘରକୁ ନେବାକୁ ପ୍ରେମିକକୁ କହିଥିଲେ। କିନ୍ତୁ ଅଭିଯୁକ୍ତ ପ୍ରେମିକ ବିବାହ ପାଇଁ ରୋକ୍ ଠୋକ୍ ମନା କରିବା ଦ୍ୱାରା ପ୍ରେମିକା ଥାନାର ଦ୍ବାରସ୍ଥ ହୋଇଥିଲେ।