ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଘୋଷଣା ହେଲା ତାରିଖ । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ନିଆଯିବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏଥିପାଇଁ ଆସନ୍ତା ୧୦ ତାରିଖରେ ବାହାରିବ ବିଧିବଦ୍ଧ ବିଜ୍ଞପ୍ତି । ୧୭ ନାମାଙ୍କନର ଶେଷ ତାରିଖ ରହିଛି । ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।
ନଭେମ୍ବର ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହରର ଶେଷ ତାରିଖ । ଡିସେମ୍ବର ୫ରେ ଭୋଟିଂ ପରେ ୮ ତାରିଖରେ ଗଣତି ହେବ । ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଆସନ ଖାଲି ପଡ଼ିଛି । ଉପନିର୍ବାତନ ତାରିଖ ଘୋଷଣା ସହ ବରଗଡ଼ ଜିଲ୍ଲାରେ ଜାରି ହୋଇଛି ଆଦର୍ଶ ଆଚରଣ ବିଧି । ଏଥିସହ ନିର୍ବାଚନୀ ଉଷ୍ଣତା ପୁଣି ଥରେ ବଢିଛି । ଧାମନଗକୁ ମିଶାଇ ୨୦୧୯ରେ ରାଜ୍ୟରେ ସାତଟି ଉପନିର୍ବାଚନ ହେଲାଣି । .