୧୨.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଏକ ନବଜାତ ଶିଶୁ କନ୍ୟାକୁ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଳରାମ ପ୍ରସାଦ ଓ ବସଲା ସାହି ନିକଟ ପଡ଼ିଆରୁ ନିକଟରୁ ଉଦ୍ଧାର କରାଯାଇଛି I ଆଜି ଭୋର ୪ଟା ସମୟରେ କିଛି ମହିଳା ଶୌଚ ହେବା ପାଇଁ ଯାଉଥିବାବେଳେ ଏକ ଶିଶୁର କାନ୍ଦିବାର ସ୍ୱର ଶୁଣିବାକୁ ପାଇଥିଲେ I ପରେ ସୁରେଖା ମାହାଳିକ ନାମକ ଜଣେ ମହିଳା ନବଜାତ ଶିଶୁକୁ ଉଦ୍ଧାରକରି ପୋଲିସକୁ ଖବର ଦେଇଥିଲେ І ପୋଲିସ ନବଜାତ ଶିଶୁକୁ ଉଦ୍ଧାରକାରି ଡାକ୍ତରଖାନାରେ ଭର୍ତି କରାଇଥିଲେ I ଶିଶୁଟିର ଅବସ୍ଥା ସୁସ୍ଥ ଥିବା ଡାକ୍ତର କହିଛନ୍ତି l