ରାଜା ରାସ୍ତାରେ ମହିଳାଙ୍କୁ ମାଡ

0

୧୨.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) :   ଶ୍ରୀ ଲିଙ୍ଗରାଜ ଥାନା ବିନ୍ଦୁ ସାଗର ରୋଡ୍ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା I ଜନଗହଳିପୂର୍ଣ୍ଣ ରାସ୍ତାରେ କିଛି ଯୁବକ ସେହି ଅଂଚଳର ସବିତା ସେଠି ଙ୍କୁ ମାଡ ମାରିଛନ୍ତି I ଏନେଇ ସେ ଥାନା ରେ ଏତଲା ଦେଇଛନ୍ତି I ପୋଲିସ ସୂଚନା ଅନୁଯାୟୀ ବିନ୍ଦୁ ସାଗର ପ୍ଲଟ ନ 2260 ରେ ରହୁଛନ୍ତି ସବିତା l ଜମିବାଡ଼ି କୁ କେନ୍ଦ୍ରକରି ଦୀର୍ଘଦିନ ହେବ ସବିତା ଏବଂ ସ୍ଥାନୀୟ କ୍ଲବ ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହୁଥିଲା l ଏନେଇ ଉଭୟଙ୍କ ପକ୍ଷରୁ ମଧ୍ୟ ଥାନା ରେ ମାମଲା ରୁଜୁ ହୋଇଥିଲା І 10 ତାରିଖ ଦିନ ଅପରାହ୍ନ ପ୍ରାୟ 5 ଟା ବେଳେ ସବିତା ତାଙ୍କ ପୁଅକୁ ଟ୍ୟୁସନ ଛାଡିବାକୁ ଯାଉଥିଲେ І ଏହି ସମୟରେ କ୍ଲବ୍ ର କିଛି ସଦସ୍ୟ ପୂର୍ବ କଥାକୁ କେନ୍ଦ୍ର କରି ତାଙ୍କୁ ମାଡ ମାରିଥିଲେ І 11 ତାରିଖ ସକାଳେ ସବିତା ଥାନାରେ ଏତଲା ଦେଇଥିଲେ І ପୋଲିସ ଘଟଣାର ତଦନ୍ତ କରି ଦୁଇଜଣଙ୍କୁ ଅଟକ ରଖିବା ସହ ସାତ ଜଣ ଙ୍କ ନାମ ରେ ମାମଲା ଜାରି କରିଛି l

Leave A Reply

Your email address will not be published.