କାହିଁକି ବିଦେଶରେ ଫସିଲେ ୪୦ ହଜାର ଭାରତୀୟ ?

0

୧୨.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) :  ୟେସ ବ୍ୟାଙ୍କ ଯୋଗୁଁ ପ୍ରାୟ ୪୦ ହଜାର ଭାରତୀୟ ବିଦେଶରେ ଫସିଛନ୍ତି l ଗତ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କ ଉପରେ କଟକଣା ଲଗାଇବା ପରେ ସେମାନେ ସମସ୍ୟାରେ ପଡ଼ିଯାଇଛନ୍ତି I ସେମାନଙ୍କର ୟେସ ବ୍ୟାଙ୍କ ଡେବିଟ ଓ ଫରେକ୍ସ କାର୍ଡ ଅଚଳ ହୋଇଯାଇଛି I ଯାହାଫଳରେ ଲୋକମାନେ ନିଜର ହୋଟେଲ ଖର୍ଚ୍ଚ, ବିମାନ ଟିକେଟ ଏପରିକି ଖାଦ୍ୟ ଓ ଚିକିତ୍ସା ଖର୍ଚ୍ଚ ପାଇଁ ମଧ୍ୟ ପେମେଣ୍ଟ କରିପାରୁନାହାନ୍ତି ।ଫରେକ୍ସ କାର୍ଡ ଧରୁଥିବା ଲୋକମାନେ ସାଧାରଣତଃ ନଗଦ ଅର୍ଥ ବଦଳରେ ଏହାକୁ ବ୍ୟବହାର କରିଥାନ୍ତି। କିନ୍ତୁ ଏସବୁ କାର୍ଡ ଅଚଳ ହୋଇଯାଇଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

Leave A Reply

Your email address will not be published.