ଶୁଭଲକ୍ଷ୍ମୀ ଡେଥ୍ ସସ୍ପେନ୍ସ ଉପରୁ ପରଦା ହଟାଇଲେ ଡିସିପି ପ୍ରତୀକ ସିଂ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାର୍ ଗର୍ଲ ଶୁଭଲକ୍ଷ୍ମୀ ଡେଥ୍ ସସ୍ପେନ୍ସ ଉପରୁ ପରଦା ହଟାଇଲେ ଡିସିପି ପ୍ରତୀକ ସିଂ। ଶୁଭଲକ୍ଷ୍ମୀ ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ଏହି ମାମଲାରେ ସବୁ ଦିଗରୁ ତଦନ୍ତ କରାଯାଉଛି । ଆତ୍ମହତ୍ୟା ପଛର କଣ କାରଣ ? କିଏ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲା କି ? କିଛି ଲୋକଙ୍କୁ ପଚରାଉଚରା କରାଯାଇଛି । ଆଉ କିଛି ଲୋକଙ୍କୁ ପଚରା ଉଚରା କରାଯିବ । ଶୁଭଲକ୍ଷ୍ମୀଙ୍କ ସିଡିଆର ଯାଞ୍ଚ ଚାଲିଛି ।

ଶୁଭଲକ୍ଷ୍ମୀଙ୍କ ସଂପର୍କୀୟ ଅଙ୍କଲଙ୍କର କ୍ରାଇମ୍ ହିଷ୍ଟ୍ରି ଯାଞ୍ଚ କରାଯାଉଛି । ଗତ ଶନିବାର ଦିନ ଭୁବନେଶ୍ବର କଟକ ରୋଡ ସ୍ଥିତ ଦୀପାଳି ବାର ଲଜରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଦୀପାଳି ବାର୍ ଲଜର ୨୦୫ ନମ୍ବର ରୁମ ସିଲ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଘଟଣାଦିନ ଏହି ରୁମ୍ରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା

Leave A Reply

Your email address will not be published.