ଓଡ଼ିଆ ନ୍ୟୁଜ୍: ଚନ୍ଦ୍ରଭାଗା ସମୁଦ୍ରରେ ପୃଥକ ଘଟଣାରେ ବୁଡ଼ି ୩ ଯୁବକ ମୃତ।ଚନ୍ଦ୍ରଭାଗା ଇକୋରିଟ୍ରିଟ୍ ନିକଟରେ ବୁଡ଼ି ୨ ଯୁବକ ମୃତ।ଆଉ କିଛି ଦୂରରେ ବୁଡ଼ି ଅନ୍ୟ ଜଣେ ଯୁବକ ମୃତ।ଇକୋରିଟ୍ରିଟ୍ ନିକଟରେ ମୃତ ୨ ଯୁବକ ଭୁବନେଶ୍ବରର।ଅନ୍ୟ ମୃତକ ପାହାଳ ଅଞ୍ଚଳର ହୋଇଥିବା ସୂଚନା।
ପୁରୀ ଜିଲା କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ରବିବାର ଏକ ଅଘଟଣ ଘଟିଛି। ସମୁଦ୍ରରେ ବୁଡ଼ି ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଯୁବକ ଭୁବନେଶ୍ବରର ହୋଇଥିବା ବେଳେ ଅନ୍ୟ ଜଣେ କଟକ ପାହାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।ମିଳିଥିବା ସୂଚନା ମୁତାବକ, ଗାଧୋଉଥିବା ବେଳେ ଚନ୍ଦ୍ରଭାଗା ଇକୋରିଟ୍ରିଟ ନିକଟରେ ବୁଡ଼ିଯାଇ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଦୂରରେ ବୁଡ଼ି ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।