ଓଡ଼ିଆ ନ୍ୟୁଜ୍: ଫୁଲ ତୋଳିବାକୁ ଆସି ଯୁବକଙ୍କ ମୃତ୍ୟୁ।ସାନଅତା ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ।ଫୁଲ ଚୋରି ରୋକିବାକୁ ବିଦ୍ୟୁତ୍ ତାର ବିଛାଇ ଥିଲେ ଘରମାଲିକ।ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା, ପୋଲିସର ତଦନ୍ତ।ନୀଳଗିରି ଏନଏସି ୫ ନମ୍ବର ୱାର୍ଡ ସାନଅତାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।
ଉକ୍ତ ୱାର୍ଡର ତାପସ ଦାସ ସକାଳେ ଫୁଲ ତୋଳିବା ପାଇଁ ନିକଟ ସ୍ବର୍ଗତ ଦୀଲ୍ଲିପ ରାଉତଙ୍କ ବାଡ଼ିକୁ ଯାଇଥିଲେ। ହେଲେ ଫୁଲ ଚୋରିକୁ ରୋକିବା ପାଇଁ ଘର ମାଲିକ ଫୁଲ ଗଛରେ କରେଣ୍ଟ ଦେଇଥିଲେ । ଆଜି ସକାଳେ ତାପସ ଫୁଲ ତୋଳିବାକୁ ଆସି ବିଦ୍ୟୁତ ଆଘାତ ପାଇ ମୃତ୍ୟବରଣ ହୋଇଥିଲା। ସ୍ଥାନୀୟ ଲୋକମାନେ ମୃତ ଶରୀରକୁ ଦେଖି ତାପସଙ୍କ ପରିବାରକୁ ଅବଗତ କରିଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନୀଳଗିରି ପୁଲିସକୁ ଅବଗତ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି।