ଓଡ଼ିଆ ନ୍ୟୁଜ୍: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା। ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା।ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା। ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ।ବିଭିନ୍ନ ସଂଗଠନ ପକ୍ଷରୁ ଉଭୟଙ୍କ ନାଁରେ ଥାନାରେ ଏତଲା।ହ୍ୟୁମାନଙ୍କ ମା’ଙ୍କୁ ଦୁର୍ବ୍ୟବହାର ଘଟଣାକୁ ବି ବିରୋଧ। ଏନେଇ କୋଶଳ ମୁକ୍ତିମୋର୍ଚ୍ଚା ପକ୍ଷରୁ ହ୍ୟୁମାନ୍ ସାଗରଙ୍କ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଆଁରେ ବଲାଙ୍ଗୀର ଟାଉନ୍ ଥାନାରେ ଏତଲା ଦିଆଯାଇଛି। କୋଶଳ ମୁକ୍ତିମୋର୍ଚ୍ଚାର ସାଧାରଣ ସଂପାଦକ ସିପୁନ ଖମାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହ୍ୟୁମାନ୍ ସାଗରଙ୍କ ମ୍ୟାନେଜରଙ୍କ ନାଆଁରେ ବଲାଙ୍ଗୀର ଟାଉନ୍ ଥାନାରେ ଏତଲା ଦିଆଯାଇଛି। ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି ହୋଇଛି।
ସୂଚନାଯୋଗ୍ୟ, ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗତ ୧୭ ତାରିଖ ରାତି ପ୍ରାୟ ୯ଟାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବାର କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା। ସେ ଲିଭର୍ ଓ କିଡନିଜନିତ ରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ। ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା। ଡାକ୍ତରଙ୍କ ଶତଚେଷ୍ଟା ପରେ ବି ହ୍ୟୁମାନ୍ଙ୍କ ଦେହାନ୍ତ ହୋଇଥିଲା ଏବଂ ସେ ଚିରନିଦ୍ରାରେ ଶୋଇଯାଇଥିଲେ।