ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ

0

ଓଡ଼ିଆ ନ୍ୟୁଜ୍: ବିଜେଡିର ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ। ସିନିୟର୍ ସିଟିଜେନ୍ ସେଲ୍‌ ଉପସଭାପତି ପଦରୁ ଇସ୍ତଫା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର।ଗୁରୁତ୍ୱ ଦେଉନଥିବାରୁ ପଦବୀ ଛାଡ଼ିଥିବା ଇସ୍ତଫାପତ୍ରରେ ଉଲ୍ଲେଖ।ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ ଦର୍ଶାଇଲେ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଦେବାଶିଷ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ପୂର୍ବରୁ ଦଳ ଉପରେ ଅସନ୍ତୋଷ ଥିଲେ। ଏବେ ଚର୍ଚ୍ଚା ହେଉଛି ଦେବାଶିଷଙ୍କ ଗତି କେଉଁଆଡେ ରହିବ। ତେବେ ଗୁରୁତ୍ୱ ଦେଉନଥିବାରୁ ପଦବୀ ଛାଡ଼ିଥିବା ଇସ୍ତଫାପତ୍ରରେ ଦେବାଶିଷ ଉଲ୍ଲେଖ କରିଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ ଦର୍ଶାଇଛନ୍ତି ଦେବାଶିଷ।

Leave A Reply

Your email address will not be published.