ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ତାସକନ୍ଦରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ; ଏହି ବୈଠକ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ!

0

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ଗସ୍ତରେ ଉଜବେକିସ୍ତାନର ରାଜଧାନୀ ତାସକନ୍ଦରେ ପହଞ୍ଚିଛନ୍ତି। ଏଠାରେ ସେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ୱେ ୱେଙ୍ଗେ ଏବଂ ଋଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ଶୋଏଗୁ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ସୋମବାର ଏକ ଟୁଇଟ୍ କରି ରାଜନାଥ ସିଂ କହିଛନ୍ତି ଯେ ଆସନ୍ତା ଅଗଷ୍ଟ ୨୩ ତାରିଖ ଦିନ ତାସକନ୍ଦରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ସେ ଉଜବେକିସ୍ତାନରେ ରହିବେ। ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଲେଫ୍ଟ ଜେନେରାଲ ନିଜାମୋଭିଚଙ୍କ ସହ ମୋର ଦ୍ୱିପାକ୍ଷିକ ବୈଠକ ହେବ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ସହିତ ମଧ୍ୟ ଯୋଗାଯୋଗ କରିବି। ମୁଁ ଏ ବିଷୟରେ ଉତ୍ସାହିତ | ତେବେ ରାଜନାଥ ସିଂ ଚୀନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ରାଜନାଥ ସିଂ ଏହି ସଭାକୁ ସମ୍ବୋଧିତ କରିବେ

ଅଗଷ୍ଟ ୨୪ ରେ ହେବାକୁ ଥିବା ଏସସିଓ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସମ୍ବୋଧିତ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ତାସକନ୍ଦ ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଲେଫ୍ଟନାଣ୍ଟ ଜେନେରାଲ ବାଖୋଦୀର କୁରବାନୋଭଙ୍କୁ ଭେଟିବେ। ଏହା ବ୍ୟତୀତ, ଏହି ବୈଠକରେ ସେ ଏସସିଓର ଅନ୍ୟ କେତେକ ସଦସ୍ୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୈଠକ ସ୍ଥିର କରିଛନ୍ତି।

SCO ବୈଠକ କ’ଣ?

SCO ଏକ ପ୍ରଭାବଶାଳୀ ଅର୍ଥନୈତିକ ଏବଂ ସୁରକ୍ଷା ଗୋଷ୍ଠୀ ଏବଂ ଏହା ସର୍ବ ବୃହତ ଆନ୍ତ-ଆଞ୍ଚଳିକ ଆନ୍ତର୍ଜାତୀୟ ସଂଗଠନ ଭାବରେ ଉଭା ହୋଇଛି | ୨୦୧୭ ମସିହାରେ ଭାରତ ଏବଂ ପାକିସ୍ତାନ ଏହାର ସ୍ଥାୟୀ ସଦସ୍ୟ ହୋଇଥିଲେ। ୨୦୦୧ ରେ ସଂଘାଇରେ ଋଷିଆ, ଚୀନ୍, କିର୍ଗିଜ୍ ରିପବ୍ଲିକ୍, କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଦ୍ୱାରା ସାଂଘାଇରେ ଏକ ଶିଖର ସମ୍ମିଳନୀରେ SCO ପ୍ରତିଷ୍ଠା କରାଯାଇଥିଲା। ଏସସିଓ ଏବଂ ଏହାର ଆଞ୍ଚଳିକ ଆତଙ୍କବାଦ ନିରୋଧୀ (RATS) ଢ଼ାଞ୍ଚା ସହିତ ସୁରକ୍ଷା ସମ୍ବନ୍ଧୀୟ ସହଯୋଗକୁ ମଜବୁତ କରିବାକୁ ଭାରତ ଆଗ୍ରହ ଦେଖାଇଛି।

Leave A Reply

Your email address will not be published.