ଓଡ଼ିଆ ନ୍ୟୁଜ୍: ଲାଲ୍କିଲ୍ଲା ବିସ୍ଫୋରଣ ସହ ଫରିଦାବାଦର ଲିଙ୍କ୍ ସାମ୍ନାକୁ ଆସିଲା।ଫରିଦାବାଦରେ ରେଡ୍ ପରେ ହଡ଼ବଡ଼େଇ ଯାଇଥିଲା ଆତଙ୍କୀ ଡାକ୍ତର ଉମର।ଫରିଦାବାଦରେ ବିପୁଳ ବିସ୍ଫୋରକ ଜବତ ପରେ ଉମରକୁ ଖୋଜୁଥିଲା ପୋଲିସ। ଜମ୍ମୁ କାଶ୍ମୀର, ହରିୟାଣା ପୋଲିସ ଡାକ୍ତର ଉମରକୁ ଖୋଜୁଥିଲା।
ଏହାକୁ ନେଇ ଅତ୍ୟଧିକ ଭୟଭୀତ ହୋଇ ଯାଇଥିଲା ଉମର।ଭୟଭୀତ ହୋଇ ଉମର କାର୍ରେ ବିସ୍ଫୋରଣ କରିଥିବା ସୂଚନା।ଡିଟୋନେଟର ଲଗାଇ କାର୍କୁ ବିସ୍ଫୋରଣରେ ଉଡ଼ାଇଥିବା ସୂଚନା। କାର୍ରେ ମିଳିଥିବା ମୃତଦେହର ହେବ ଡିଏନ୍ଏ ଟେଷ୍ଟ।ମୃତଦେହ ଆତଙ୍କୀ ଉମରର କି ନୁହେଁ ସ୍ପଷ୍ଟ କରିବାକୁ ହେବ ଡିଏନ୍ଏ ଟେଷ୍ଟ।