ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ବିସ୍ଫୋରଣ; ମିଳିଲା ଆତଙ୍କୀଙ୍କ ଲାଲ ରଙ୍ଗର କାର୍।ଫରିଦାବାଦରୁ ମିଳିଲା ଆତଙ୍କୀ ଲାଲ ରଙ୍ଗର କାର୍। ଇକୋସ୍ପୋର୍ଟ DL 10 CK 0458 ନଂ ଥିବା କାର୍ ଜବତ।ଜବତ କାର୍ ସହ ସନ୍ଦିଗ୍ଧ ଡା. ଉମର ଉନ୍ ନାବିଙ୍କ ଲିଙ୍କ୍ ଥିବା ସୂଚନା। ହରିୟାଣାର ଖଣ୍ଡାୱାଲି ଗ୍ରାମ ନିକଟରେ କାରଟି ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା, ଯାହା ପରେ ଫରିଦାବାଦ ପୋଲିସ ଏହାକୁ ଘେରାବନ୍ଦୀ କରିଥିଲା। ଏହା ବିସ୍ଫୋରଣରେ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କର ଏହି ଗାଡି ବୋଲି ବିଶ୍ୱାସ କରାଯାଉଛି।
ଦିଲ୍ଲୀ ପୋଲିସ ମଙ୍ଗଳବାର ଦିନ ଏହି ଲାଲ ଫୋର୍ଡ ଇକୋସ୍ପୋର୍ଟ କାର ସମ୍ପର୍କରେ ଏକ ଆଲର୍ଟ ଜାରି କରିଥିଲା। ବିସ୍ଫୋରଣ ଦିନ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଖରେ କାରଟି ଥିଲା ବୋଲି ପୋଲିସ ସନ୍ଦେହ କରିଥିଲା। ଏହା ପରେ, ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ପାଞ୍ଚଟି ପୋଲିସ ଦଳ ଏହାକୁ ଖୋଜିବାରେ ନିୟୋଜିତ ହୋଇଥିଲେ। ଫରିଦାବାଦ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖଣ୍ଡାୱାଲି ଗ୍ରାମ ନିକଟରେ ପାର୍କିଂ ହୋଇଥିବା କାରକୁ ଘେରାବନ୍ଦୀ କରିଥିଲା। ବର୍ତ୍ତମାନ, ଗାଡିଟିକୁ ଜବତ କରାଯାଇଛି ଏବଂ ଫରେନସିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି।