ଓଡ଼ିଆ ନ୍ୟୁଜ୍: ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ସିସିଟିଭି ଫୁଟେଜ୍ । କେମିତି ଥିଲା ଭୟଙ୍କର ବିସ୍ଫୋରଣ ତାହାର ଲାଇଭ ଚିତ୍ର ସାମ୍ନାକୁ ଆସିଛି । ସିସିଟିଭି କ୍ୟାମେରାରେ କଏଦ ହୋଇଛି ସେହି ଭୟଙ୍କର ଚିତ୍ର । ଯେଉଁଥିରେ ଲାଲକିଲ୍ଲା ନିକଟରେ ଯାନବାହାନ ଚଳାଚଳ କରୁଥିବା ରାସ୍ତାରେ ଏକ କାରରେ କିପରି ବୋମା ବିସ୍ଫୋରଣ ହୋଇଥିଲା ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।
ଭିଡିଓରେ ପାର୍କିଂ ସ୍ଥାନ ଛାଡିବା ସମୟରେ ଏକ ଆଇ୨୦ କାର ବିସ୍ଫୋରଣ ହେଉଥିବା ନଜର ଆସୁଛି। ଚାନ୍ଦନୀ ଚୌକ ଉପରେ ନଜର ରଖୁଥିବା ସିସି ଟିଭି କଣ୍ଟ୍ରୋଲ ରୁମ୍ ଦ୍ୱାରା ସନ୍ଧ୍ୟା ୬.୫୦ରେ ରେକର୍ଡ ହୋଇଥିବା ଏକ ଫୁଟେଜ୍ ବିସ୍ଫୋରଣର ଭୟଙ୍କର ଦୃଶ୍ୟକୁ ସ୍ପଷ୍ଟ ଭାବରେ ଦର୍ଶାଉଛି। ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ୨୫ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିଲେ।