ଦିଲ୍ଲୀ ବିସ୍ଫୋରଣ ଆତ୍ମଘାତୀ ନୁହେଁ!

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ବିସ୍ଫୋରଣ ଆତ୍ମଘାତୀ ନୁହେଁ, ଭୟଭୀତରୁ ବିସ୍ଫୋରଣ ସୂଚନା। ଯେଉଁ IED ବିସ୍ଫୋରଣ ପାଇଁ ରଖାଯାଇଥିଲା, ଭୟଭୀତରୁ ବିସ୍ଫୋରଣ।ଦିଲ୍ଲୀ-NCR ଓ ଫରିଦାବାଦରେ କଡ଼ା ସୁରକ୍ଷା ଯାଞ୍ଚରେ ସନ୍ଦିଗ୍ଧ ଫସିଥିଲା।ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅବିଳମ୍ବେ ଧରାପଡ଼ିବାର ଭୟ ଘାରିଥିଲା।ସନ୍ଦିଗ୍ଧ ଖସିଯିବାକୁ ଅଥବା ବିସ୍ଫୋରକକୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ଫୁଟିବା ସନ୍ଦେହ।ପ୍ରାଥମିକ ରିପୋର୍ଟ ଅନୁସାରେ ଆତ୍ମଘାତୀ ନୁହେଁ, ଦୁର୍ଘଟଣାଜନିତ ବିସ୍ଫୋରଣ।ବିସ୍ଫୋରଣ ବେଳେ ଗାଡ଼ିକୁ ଡ୍ରାଇଭ୍‌ କରାଯାଉଥିବା ନେଇ ସୂଚନା।ଦେଶବ୍ୟାପୀ ଖାନ୍‌ତଲାସୀ ଯୋଗୁଁ ବଡ଼ ବିସ୍ଫୋରଣକୁ ରୋକାଯାଇ ପାରିଲା।

ଦିଲ୍ଲୀ ବିସ୍ଫୋରଣ ଏକ ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ଘଟିଛି। ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ, ହରିୟାଣାର ଫରିଦାବାଦରେ ପୋଲିସ ମୁଜାମ୍ମିଲ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି ବିପୁଳ ପରିମାଣର ଆମୋନିୟମ ନାଇଟ୍ରେଟ୍‌ ଜବତ କରିଥିଲା ଏବଂ ଏହାକୁ ନେଇ ସମସ୍ତ ସୁରକ୍ଷା ଏଜେନ୍ସି ତତ୍ପର ହୋଇ ଉଠିଥିଲେ। ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ ଦିଲ୍ଲୀକୁ ଟାର୍ଗେଟ ପାଇଁ ଏକ ବଡ଼ ଷଡ୍‌ଯନ୍ତ୍ରର ଅଂଶ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଗିରଫ ଆତଙ୍କବାଦୀ ଓ ସେମାନଙ୍କଠାରୁ ମିଳିଥିବା ପ୍ରଚୁର ବିସ୍ଫୋରକ ସହ ଏହି ଘଟଣାର ସିଧାସଳଖ ସଂପର୍କ ଅଛି କି ନାହିଁ ତାହାର ଖୋଳତାଡ଼ ଆରମ୍ଭ ହୋଇଛି।

Leave A Reply

Your email address will not be published.