ଓଡ଼ିଆ ନ୍ୟୁଜ୍: ପୋଲିସ SI ପରୀକ୍ଷା କେଳେଙ୍କାରୀ; CBI ତଦନ୍ତ ବିଜ୍ଞପ୍ତି।ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି।CBI ତଦନ୍ତ ପାଇଁ ସୁପାରିସ୍ କରିଥିଲେ ରାଜ୍ୟ ସରକାର।ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଜେଲ୍ ଯାଇ ଜାମିନରେ ଆସିଛନ୍ତି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ଗିରଫ ହୋଇ ସାରିଛନ୍ତି।
ଆଗକୁ ଯେପରି ଏହିଭଳି ଘଟଣା ନ ଘଟିବ ସେଥିପାଇଁ ପୁଲିସ ଏବଂ ଅନ୍ୟାନ୍ୟ ପୋଷାକଧାରୀ ସେବାରେ କର୍ମଚାରୀ ଚୟନ ପାଇଁ ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ଗତ ୮ମାସ ମଧ୍ୟରେ ଏହି ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁଇ ଥର ବାତିଲ୍ ହୋଇଥିବାବେଳେ ଏହି ଘଟଣାରେ ଏବେ ସୁଦ୍ଧା ୧୧୪ ଜଣ ଆଶାୟୀ ପରୀକ୍ଷାର୍ଥୀ ଏବଂ ଅନ୍ୟ ୩ଜଣ ଦଲାଲଙ୍କୁ ମିଶାଇ ମୋଟ ୧୧୭ଜଣ ଗିରଫ ହୋଇଛନ୍ତି।
ସଂପୂର୍ଣ୍ଣ ବ୍ୟବସ୍ଥିତ ଢଙ୍ଗରେ ଏହି ରୢାକେଟ୍ କାର୍ଯ୍ୟ କରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି। ଆଶାୟୀ ପରୀକ୍ଷାର୍ଥୀଙ୍କୁ ସ୍ବତନ୍ତ୍ର ବସ୍ରେ ଭୁବନେଶ୍ବରରୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ନେବାବେଳେ ପୁଲିସ ୧୧୭ଜଣଙ୍କୁ ଗିରଫ କରିଥିଲା।