ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଦିବାସୀ ସମାଜ-ଶିକ୍ଷା ଏବଂ ସଂସ୍କୃତି ସଂଘ ଯାମଦା ଓଡିଶା ସରକାରଙ୍କର ପେସା ଏକ୍ଟ ୧୯୯୬ ଏବଂ ଲାଗୁ ହେବାକୁ ଯାଉଥିବା ପେସା ରୁଲ୍ସ ୨୦୨୩କୁ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଯାମଦା ବ୍ଲକ ଅଧିନରେ ଥିବା ୭୮ ଗୋଟି ଗ୍ରାମରେ କାର୍ଯ୍ୟରତ |
ଗ୍ରାମମୂଖ୍ୟ ଯଥା ସାନ୍ତାଳୀ ସମାଜର ମାଝୀବାବା/ନାୟକେ, ହୋ ସମାଜର ମୁଣ୍ଡା/ଦେହୁରୀଓ ଭୁମିଜ ସମାଜର ନାୟା/ଦେହୁରୀ ସହିତ ସାନ୍ତାଳି, ହୋ ଓ ଭୂମିଜ ସମାଜର ସାମାଜିକ କର୍ମକର୍ତ୍ତା, ବୁଦ୍ଧିଜିବୀଙ୍କୁ ନେଇ ଯାମଦା ବ୍ଲକ ସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମ ପାଇଁ ଯାମଦା ଆସେକା ସଭାପତି ଲକ୍ଷ୍ମଣ ଟୁଡୁ, ସମ୍ପାଦକ ଦୁଖୁରାମ ମୁର୍ମୁ ଯାମଦା ବିଡିଓଙ୍କଠାରେ ଗୁରୁବାର ଦିନ ଲିଖିତ ଦାବୀ ଉପସ୍ଥାପନ କରିଥିଲେ |
କାରଣ ଗ୍ରାମମୂଖ୍ୟ ମାନେ ବିବାହ, ବିବାହ ବିଚ୍ଛେଦ, ନାରୀ ନିର୍ଯ୍ୟାଦନା, ଶିଶୁ ନିର୍ଯ୍ୟାତନା, ଜମି ବଣ୍ଟନ, ସୀମା ନିର୍ଦ୍ଧାରଣ, ଭାତୁ ବିବାଦ, ପାରିବାରିକ ହିଂସା ଆଦିକୁ ଗ୍ରାମସଭା ମାଧ୍ୟମରେ ସମାଧାନ କରିଆସୁ ଅଛନ୍ତି । ତେଣୁ ଯାମଦା ବ୍ଲକସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମକୁ ଖୁବ୍ ଶୀଘ୍ର ଆୟୋଜନ କରିବାକୁ ବିଡିଓ ଦେବାଶିଷ ପଣ୍ଡା ନିର୍ଭର ପ୍ରତିଶୃତି ଦେଇଥିବା ସ୍ଥଳେ ପେସା କୋ-ଅର୍ଡିନେଟର ଦିପୀକା ପ୍ରଧାନ ଗତ ବର୍ଷ ନଭେମ୍ବର ୧୦ ତାରିଖରୁ ବ୍ଲକକୁ ଜନ ସଚେତନତା ପାଇଁ ଅନୁଦାନ ରାଶୀ ଆସି ନଥିବାରୁ ଜନ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରି ପରି ପାରୁ ନ ଥିବାର ସମ୍ପାଦକ ଦୁଖୁରାମ ମୁର୍ମୁଙ୍କଠାରେ ସେ ଦୁଃଖ ପ୍ରକାଶ କରିଥିଲା।