ଅନାସ୍ଥା ଭୋଟ ରେ କାଟ ଖାଇଲେ ଏନ୍ଏସି ଅଧ୍ୟକ୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହଟିଲେ ନୀଳଗିରି ଏନ୍ ଏ ସି ଅଧ୍ୟକ୍ଷା।ଅନାସ୍ଥା ପ୍ରସ୍ତାବ ରେ ହାରିଲେ ଅଧ୍ୟକ୍ଷା।ନୀଳଗିରି ଏନ ଏ ସି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୁଦ୍ଧରେ ବହୁ ଦିନରୁ ଅନାସ୍ଥା ପ୍ରସ୍ତାବ ଭୋଟ ଗ୍ରହଣ ପାଇଁ ବିରୋଧି ଚେଷ୍ଟା କରି ଆସୁଥିଲା ବେଳେ ଆଜି ଏହି ଭୋଟ ପ୍ରକ୍ରିୟା କରାଯାଇ ଫଳ ସ୍ୱରୁପ ଅଧ୍ୟକ୍ଷା ଅମ୍ବିକାଙ୍କୁ ନିଜ ପଦ ହରେଇବାକୁ ପଡିଛି।ନୀଳଗିରି ଉପଜିଲ୍ଲାପାଳ,ତହସିଲଦାର,ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଉପସ୍ଥିତି ରେ ଆଜି ଅନାସ୍ଥା ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ପ୍ରକ୍ରିୟା ଦିନ ୧୧ଟା ରୁ ଆରମ୍ଭ ହୋଇଥିଲା।ନୀଳଗିରି ଏନ ଏ ସି ରେ ମୋଟ ୧୩ ଜଣ କାଉନସିଲର ଥିଲାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ କାଉନସିଲର ଉପସ୍ଥିତ ରହି ଭୋଟ ଦାନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଗୋଟିଏ ଭୋଟ ନାକଚ ହୋଇଥିଲା ବେଳେ ୧୦ ଜଣଙ୍କ ଭୋଟ ଗଣତିକୁ ନିଆଯାଇଥିବା ଜଣାଯାଇଛି।ଯାହାକି ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ମତଦାନ ହୋଇଥିଲା ବୋଲି ସୂଚନା।

କାଉନସିଲର ମାନେ ଭୋଟ ଦେଲାବେଳେ ନିଜ ନିଜର ଭୋଟ ସମସ୍ତଙ୍କୁ ଦେଖାଇକି ଦେଇଥିବା ଭଳି ପରିସ୍ଥିତି ଦେଖା ଯାଇଥିଲା। ସାମ୍ୱାଦିକ ମାନଙ୍କୁ ନିଜର ମତାମତ ଦେବାକୁ ଯାଇ ବିଦାୟୀ ଅଧ୍ୟକ୍ଷା କହିଥିଲେ, ମତଦାନ ବେଳେ ସମସ୍ତ ଙ୍କୁ ଦେଖାଇ ଭୋଟ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ। ଆବଶ୍ୟକ ହେଲେ ସେ ଏଥି ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଶ୍ରୟ ନେବେ ବୋଲି କହିଥିଲେ।

Leave A Reply

Your email address will not be published.