ରାଜ୍ୟର ସବୁ ଜିଲ୍ଲାକୁ ଡେଇଁଲା ଡେଙ୍ଗୁ, ରାଜଧାନୀରେ ସ୍ଥିତି ଅଣାୟତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟର ସବୁ ଜିଲ୍ଲାକୁ ଡେଇଁଲା ଡେଙ୍ଗୁ। ରାଜଧାନୀରେ ସ୍ଥିତି ଅଣାୟତ । ସ୍ଥିତିକୁ ଦେଖି ରାଜ୍ୟବାସୀଙ୍କୁ ସଚେତନ କରାଯାଇଛି। ଡେଙ୍ଗୁ ପ୍ରଜାତି ଜାଣିବା ପାଇଁ ରାଣ୍ଡମ ସାମ୍ପଲିଙ୍ଗ କରୁଛି ଭୁବନେଶ୍ବର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ।

ଖବର ଅନୁଯାୟୀ, ଏବେ ଡେଙ୍ଗୁ ଗ୍ରାଫ ପିକ୍ ଆଡକୁ ଯାଉଛି । ସେପ୍ଟେମ୍ବର ମାସ ଯାଏ ଏହି ପିକ୍ ପିରିୟଡ଼ ରହିବ। ଡେଙ୍ଗୁ ପାଇଁ ପ୍ରତିଟି ଲୋକ ଘରୁ ସତର୍କ ରହିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ବରିଷ୍ଠ ଚିକିତ୍ସାବିଜ୍ଞାନୀ ଜୟନ୍ତ ପଣ୍ଡା କହିଛନ୍ତି ଦିନକୁ ପ୍ରାୟ ୪୦-୫୦ ରୋଗୀ SCB ମେଡିକାଲ୍ ଆସୁଛନ୍ତି। ହସ୍ପିଟାଲ ଉପରେ ଲୋଡ୍ ବଢୁଛି। ଏଣୁ କେବଳ ଗୁରୁତର ରୋଗୀ ହସ୍ପିଟାଲରେ ରହିବାକୁ ପରାମର୍ଶ ଦିଆଯାଇଛି । ଡେଙ୍ଗୁ ଟେଷ୍ଟିଂ ବଢ଼ାଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତେବେ ଟେଷ୍ଟିଂ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave A Reply

Your email address will not be published.