ଖୁବ୍ ଶୀଘ୍ର ଆସିବ ଡେଙ୍ଗୁ ଔଷଧ

0

ଓଡ଼ିଆ ନ୍ୟୁଜ,ଭୁବନେଶ୍ୱର:  ଖୁବ୍ ଶୀଘ୍ର ଆସିବ ଡେଙ୍ଗୁ ଔଷଧ । ତେବେ ଏଣିକି ଡେଙ୍ଗୁରେ ଆଉ ଯିବନି ଜୀବନ କି ହନ୍ତସନ୍ତ ହେବେନି ରୋଗୀ । ଡେଙ୍ଗୁ ଔଷଧ ତିଆରି କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ । ଡେଙ୍ଗୁ ଜ୍ବର ପାଇଁ ଜନସନ ଆଣ୍ଡ ଜନସନ କମ୍ପାନୀ ପ୍ରଥମ ଔଷଧ ତିଆରି କରିଛି । ନିକଟରେ ଏହାର ହ୍ୟୁମାନ ଟ୍ରାଏଲ ମଧ୍ୟ ସଫଳ ହୋଇଥିବା କୁହାଯାଇଛି ।

ଏହାର ପରୀକ୍ଷଣ ସଫଳ ହୋଇଥିବା ନେଇ ଗତକାଲି(ଶୁକ୍ରବାର) ବୈଜ୍ଞାନିକମାନେ ଦାବି କରିଛନ୍ତି । ଜାନ୍ସ ହାପିକିନ୍ସ ବ୍ଲୁମବର୍ଗ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ ଅନୁଯାୟୀ, ଡେଙ୍ଗୁ ଟିକାର ମାନବ ପରୀକ୍ଷଣରେ 10 ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ । ଯେଉଁମାନଙ୍କୁ ଡେଙ୍ଗୁ ଟିକା ଦେବାର 5ଦିନ ପୂର୍ବରୁ ବଟିକା ଦିଆଯାଇଥିଲା । ଏହାପରେ, ସେହି ବଟିକାକୁ 21 ଦିନ ପାଇଁ କ୍ରମାଗତ ଭାବରେ ଦିଆଯାଉଥିଲା। ଦଶ ଜଣଙ୍କ ମଧ୍ୟରୁ 6ଜଣ ଡେଙ୍ଗୁ ଭାଇରସ ସଂସ୍ପର୍ଶରେ ଆସିବା ପରେ ମଧ୍ୟ ରକ୍ତ ପରୀକ୍ଷାରେ ଡେଙ୍ଗୁ ପଜିଟିଭ ଦେଖାଯାଇ ନଥିଲା । 85 ଦିନର ମନିଟରିଂ ପରେ ସଂକ୍ରମଣର ପ୍ରତିରୋଧକ ପ୍ରତିକ୍ରିୟାର କୌଣସି ଲକ୍ଷଣ ଦେଖାଯାଇ ନଥିଲା ।

ବଟିକାର କୌଣସି ପାର୍ଶ୍ବପ୍ରତିକ୍ରିୟା ବି ଦେଖାଯାଇ ନଥିବା ବେଳେ ଏହା ଡେଙ୍ଗୁ ବିରୋଧରେ ଲଢିବା ପାଇଁ ସଫଳ ହୋଇଥିଲା । ଜନସନ ଆଣ୍ଡ ଜନସନର ତଥ୍ୟ ଅନୁଯାୟୀ, ଅଂଶଗ୍ରହଣକାରୀମାନେ ସମସ୍ତ ପରୀକ୍ଷାକୁ ସହ୍ୟ କରିଥିଲେ ଏବଂ କୌଣସି ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇ ନଥିଲା । ତେବେ ଏହି ଔଷଧ ଉପରେ ଅଧିକ ପରୀକ୍ଷଣ କରାଯିବ କିମ୍ବା କେବେ ବଜାରକୁ ଆସିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।

Leave A Reply

Your email address will not be published.