ଓଡ଼ିଆ ନ୍ୟୁଜ,ଭୁବନେଶ୍ୱର: ଆମ ଘର ଆଖପାଖରେ ଏପରି ଅନେକ ବୃକ୍ଷ ଥାଏ ଯାହା ଆମର ଦୃଷ୍ଟି ଗୋଚର ହୋଇନଥାଏ । କାରଣ ଏହାର ଓøଷଧିୟ ଗୁଣ ପ୍ରତି ଆମେ ଅନଭିଜ୍ଞ ରହିଥାଉ । ଏଥି ମଧ୍ୟରୁ ଗୋଟିଏ ହେଉଛି ଡିମିରି । ଏହି ଫଳ କଚାଂ ଥିବାବେଳେ ସବୁଜ ଥାଏ । ପାଚିଗଲେ ଲାଲ ହୋଇଯାଏ । ଏହି ଫଳକୁ ଚାପ ପ୍ରୟୋଗ କଲେ ପାଟିଯାଇଥାଏ ।
ଏହି ବୃକ୍ଷର ସମସ୍ତ ଅଂଶରେ କ୍ଷୀର ଭରି ରହିଥିବାରୁ ଏହି ବୃକ୍ଷର ଯେକୌଣସି ସ୍ଥାନକୁ କାଟିଲେ ଏଥିରୁ କ୍ଷୀର ବାହାରିଥାଏ । ଏହାର ଫଳ ଓøଷଧିୟ ଗୁଣର ଭଣ୍ଡାର ଏବଂ ଗାଁ ମାନଙ୍କରେ ଏହା ସହଜରେ ମିଳିଥାଏ । ଡିମିରିକୁ ସଂସ୍କୃତରେ ଉଦୁମ୍ବର ଏବଂ ଜନ୍ତୁଫଳ ବୋଲି କୁହାଯାଏ । ନିୟମିତ ଭାବେ ଡିମିରି ଫଳ ଖାଇଲେ ଶରୀରରେ କଫ ଏବଂ ପିତର ସନ୍ତୁଳନ ଠିକ୍ ରହିଥାଏ । ଅଧିକାଂଶ ଶିଶୁ ଏବଂ ବୁଦ୍ଧଙ୍କୁ ନିମୋନିଆ ହୋଇଥାଏ । ଏପରିସ୍ଥିତିରେ ତାଙ୍କର ଦେଖାଶୁଣା କରିବା ଉଚିତ୍ । ଡିମିରି ଏହି ରୋଗର ଉପଚାର କରିଥାଏ । ଏଥିପାଇଁ ଆପଣ ଏହି ଫଳକୁ ପାଣି ସହ ଫୁଟାଇ କାଢା ପ୍ରସ୍ତୁତ କରି ସେବନ କରାଯାଏ । ଏହା ଦ୍ୱାରା ନିମୋନିୟାରୁ ମୁକ୍ତି ମିଳିଥାଏ । ଡିମିରି ପତ୍ର ମଧ୍ୟ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ।
ମୁହଁରେ ଛାଲ ହେଲେ ଡିମିରି ପତ୍ରକୁ ପେଶି ଗୋଲି କରନ୍ତୁ ଏବଂ ଏହାକୁ ସେବନ କରନ୍ତୁ । ମହିଳାଙ୍କର ରୁତୁସ୍ରାବରେ ଅନିୟମିତତା ଦେଖାଗଲେ ଡିମିରି ଫଲ ଉପଯୋଗୀ ହୋଇଥାଏ । ମହିଳାଙ୍କର ରୁତୁସ୍ରାବ ସମୟରେ ଅଧିକ ରକ୍ତଶ୍ରାବ ହେଲେ ଡିମିରି ଗଛର ଛାଲର କାଢା ପ୍ରସ୍ତୁତ କରି ପିଇବା ଉଚିତ୍ । ଏହାଦ୍ୱାରା ଅତ୍ୟାଧିକ ରକ୍ତସ୍ରାବ ବନ୍ଦ ହୋଇଥାଏ । ଏପରି ହେଲେ ଡିମିରିର ପାଚିଲା ଫଳର ରସରେ ମହୁ ମିଶାଇ ପିଇବା ଲାଭଦାୟକ ହୋଇଥାଏ ।