ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡ଼ି

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି । ଭୁବନେଶ୍ୱରରେ ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ । ରାଜଧାନୀ ସମେତ କଟକ, ପୁରୀ ଆଦି ସ୍ଥାନରେ ଘନ କୁହୁଡି । ପ୍ରବଳ କୁହୁଡ଼ି ପାଇଁ ଦୃଶ୍ୟ ହେଉନାହିଁ ଶ୍ରୀମନ୍ଦିର ପତିତପାବନ ବାନା । ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟରେ ବି ପ୍ରବଳ କୁହୁଡ଼ି।

ନୂଆବର୍ଷ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା ନାହିଁ । ଏପଟେ କୁହୁଡ଼ି ବଢ଼ିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିବ । ଆସନ୍ତା ୬ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଗୁରୁବାର ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳରେ ଘନ କୁହୁଡ଼ି ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।

Leave A Reply

Your email address will not be published.