ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଣପୁରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରୁପା ବେଶରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ | ପବିତ୍ର ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀରେ ଭକ୍ତଙ୍କୁ ରୁପାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି.ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେଉଥିବା ବେଳେ ରଣପୁରରେ ରୁପାବେଶ ଅନୁଷ୍ଠିତ ହେଉଅଛି |
3ଠାକୁର ଙ୍କୁ ରୁପା ବେଶ ରେ ସଜିତ କରାଯାଇଛି, କିରଟି, ଗଦା, ଶଙ୍ଖ, ହସ୍ତ, ପାଦ ଓ ବିଭିନ୍ନଅଳଙ୍କାରରେ ଚତୁର୍ଦ୍ଧା ମୂର୍ତ୍ତି ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ | ଭକ୍ତ ମାନେ ମଧ୍ୟ ମହାପ୍ରଭୁ ଙ୍କୁ ପାଖରେ ପାଇ ଆନନ୍ଦ ଉଲ୍ଲାସ ରେ ପୂଜାର୍ଚନା କରି ଘିଅଦୀପ ବଡଦାଣ୍ଡ ରେ ଜାଳୁଥିଲେ | ଯେଉଁ ଭକ୍ତମାନେ ପୁରୀ ଯାଇପାରନ୍ତି ନାହିଁ ସେମାନେ ରଣପୁର ଆସି ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ରୁପାବେଶ ଦର୍ଶନ କଲେ ସମାନ ଫଳ ମିଳିବା ସହ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକକଥା ଅଛି |
ଏହି ଅବସରରେ ଆଜି ମହାପ୍ରଭୁଙ୍କ ଅପୂର୍ବ ଦେବ ଦୁର୍ଲ୍ଲଭ ବେଶ ଦର୍ଶନ କରିବା ଲାଗି ରଣପୁର ବଡ଼ଦାଣ୍ଡ ରେ ଲକ୍ଷାଧିକ ଭକ୍ତ ସମାବେଶ ହୋଇଛନ୍ତି | ଶୃଙ୍ଖଳାରେ ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ | ରଣପୁର ବଡ଼ ଦାଣ୍ଡରେ ରଣପୁର ଟାଉନ କ୍ଳବ ପକ୍ଷରୁ ଭଜନ ସମାରୋହ କରାଯାଇ ଥିଲା | ଜଗନ୍ନାଥଙ୍କ ଭଜନ ଶୁଣି ଶ୍ରାଦ୍ଧଳୁ ମାନେ ଝୁମିଥିଲେ | ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା |