ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଟ୍ଟାମୁଣ୍ଡାଇ ମୁନିସିପାଲିଟିରେ ଥିବା ବିଭିନ୍ନ ପାଥୋଲ୍ୟାବ ଉପରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ ପରେ ଗୋଟିଏ ଲ୍ୟାବ ସିଲ | ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରେ ଥିବା ବିଭିନ୍ନ ପାଥୋଲ୍ୟାବ ଉପରେ ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ କରିଥିଲା |
ଏନେକ ଲ୍ୟାବ ର କୌଣସି ଲାଇସେନ୍ସ ନଥିବା ଜଣାପଡିଥିଲା | ସେହିପରି 10 ନମ୍ବର ୱାର୍ଡ ସାହୁ ସାହି ଏବିସି କମ୍ପ୍ଲେକ୍ସ ରେ ଥିବା ଗାୟତ୍ରୀ ଡିଜିଟାଲ ଏକ୍ସରେ ରେ ମଧ୍ୟ ଚଢ଼ାଉ ହୋଇଥିଲା | ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପଟ୍ଟାମୁଣ୍ଡାଇ ତହସିଲଦାର ଓ ପଟ୍ଟାମୁଣ୍ଡାଇ ପୋଲିସ ଚଢ଼ାଉ ରେ ସାମିଲ ହୋଇଥିଲେ |
ବେଆଇନି ଭାବେ ପାଥୋଲ୍ୟାବ ଚଳାଉଥିବା ର ପ୍ରମାଣ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାୟତ୍ରୀ ପାଥୋଲ୍ୟାବକୁ ସିଲ କରାଯାଇଛି | ପଟ୍ଟାମୁଣ୍ଡାଇ ଅଂଚଳ ରେ ଏହିଭଳି ଏନେକ ବେଆଇନି ପାଥୋଲ୍ୟାବ ଚାଳୁଥିଲେ ମଧ୍ୟ ଡ୍ରଗ୍ସ ଇନିସ୍ପେକ୍ଟରଙ୍କୁ ଏବିଷୟରେ ପଚାରିବାରୁ ସେ ବୁମ କୁ ଆଡେଇ ଚାଲି ଯାଇଥିଲେ |
Comments are closed.