ଗିରଫ ହେଲେ DFO ନିତ୍ୟାନନ୍ଦ ନାୟକ

0

ଓଡ଼ିଆ ନ୍ୟୁଜ୍: ଗିରଫ ହେଲେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ DFO ନିତ୍ୟାନନ୍ଦ ନାୟକ । ଗିରଫ ପରେ ତାଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ୩ ଦିନ ହେବ ନିତ୍ୟାନନ୍ଦଙ୍କ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ। ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ କ୍ବାର୍ଟର୍ସରୁ ମିଳିଛି ଗୋଟିଏ ବନ୍ଧୁକ ମିଳିଥିଲା। ତାଙ୍କ କ୍ବାର୍ଟର୍ସରୁ ଜବତ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲା କେନ୍ଦୁପତ୍ର ଡିଭିଜନର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ନିତ୍ୟାନନ୍ଦ ନାୟକଙ୍କ ଘରେ ଭିଜିଲାନ୍ସ ଯେତେ ଯାଞ୍ଚ କରୁଥିଲା ସେତେ ସମ୍ପତ୍ତି ଠାବ ହେଉଥିଲା। ଚଢ଼ାଉବେଳେ ତାଙ୍କର ବହୁ ସମ୍ପତ୍ତି ଠାବ ହୋଇଛି। ଏପରିକି ସମ୍ପତ୍ତି ତାଲିକାରେ ନିତ୍ୟାନନ୍ଦ ଜମି କିଣା ତଥ୍ୟ ଲୁଚାଇଥିଲେ ବୋଲି ଜଣାପଡ଼ିଛି। ନିତ୍ୟାନନ୍ଦଙ୍କୁ ଭିଜିଲାନ୍ସ ଟିମ୍‌ କେନ୍ଦୁଝରସ୍ଥିତ ଫରେଷ୍ଟ କଲୋନୀରେ ଥିବା ସରକାରୀ ବାସଭବନରେ ଯାଞ୍ଚ କରିଥିଲା। କ୍ୱାର୍ଟରରୁ ୮.୫ ଲକ୍ଷ ଟଙ୍କା ଠାବ ହୋଇଛି। ଫଳରେ ମୋଟ ଜବତ ଟଙ୍କାର ପରିମାଣ ୧୦ ଲକ୍ଷରେ ପହଞ୍ଚତ୍ଥିଲା।

Leave A Reply

Your email address will not be published.