ଭିଜିଲାନ୍ସ ଜାଲରେ DFO ନିତ୍ୟାନନ୍ଦ ନାୟକ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ DFO ନିତ୍ୟାନନ୍ଦ ନାୟକ।କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ।ଅନୁଗୁଳ, କେନ୍ଦୁଝର, ନୟାଗଡ଼ର ୭ଟି ସ୍ଥାନରେ ରେଡ୍‌ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରବିବାର କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି (DA) ଅଭିଯୋଗରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ତଦନ୍ତରେ ତାଙ୍କ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ମୋଟ ୧୧୫ଟି ପ୍ଲଟ୍‌ ଠାବ ହୋଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଭିଜିଲାନ୍ସ ଚଢ଼ାଉ ସମୟରେ ଜଣାପଡ଼ିଛି ଯେ, ନିତ୍ୟାନନ୍ଦ ନାୟକଙ୍କ ନାମରେ ୫୩ଟି, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି, ଦୁଇ ପୁଅଙ୍କ ନାମରେ ୧୬ଟି ଏବଂ ଝିଅଙ୍କ ନାମରେ ୪ଟି ପ୍ଲଟ୍‌ ରହିଛି। ଏହା ସହ, ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ଏକ ଚାରି ମହଲା କୋଠା ମଧ୍ୟ ଠାବ ହୋଇଛି। ତଦନ୍ତ ସମୟରେ ୧ ଲକ୍ଷ ୧୯ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।

Leave A Reply

Your email address will not be published.